www.samajalive.in
Saturday, December 6, 2025
15.1 C
Bhubaneswar

ଧବଳେଶ୍ଵର ବେଳାଭୂମି ଠାରୁ ଗୋପାଳପୁର ମଧ୍ୟରେ ୨୨ ମଲା କଇଁଛକୁ ପୋତିଲା ବନବିଭାଗ

ଗୋପାଳପୁର : ଗୋଟିଏ ଦିନରେ ବନବିଭାଗ ପକ୍ଷରୁ ୨୨ଟି ମଲା କଇଁଛକୁ ଧବଳେଶ୍ଵର ବେଳାଭୂମିରୁ ଗୋପାଳପୁର ବେଳାଭୂମି ରୁ ଉଦ୍ଧାର କରାଯାଇ ପୋତା ଯାଇଥିବା ଜଣାପଡିଛି। ଦୀର୍ଘ ଦିନ ପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ମଲା କଇଁଛ ବେଳାଭୂମିରୁ ମିଳିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ କଇଁଛ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗତ ୧୫ ଦିନ ମଧ୍ୟରେ ଏହାର ସଂଖ୍ୟା ୧୦୦ରେ ପହଞ୍ଚିଥିବା ବେଳେ କଇଁଛଙ୍କ କିପରି ମୃତ୍ୟୁ ଘଟିଛି, ସେ ନେଇ ବନ ବିଭାଗ କିମ୍ବା ମତ୍ସ୍ୟ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ନ ଯିବା ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବନବିଭାଗ ପକ୍ଷରୁ କଇଁଛଙ୍କ ଗଣ ଅଣ୍ଡାଦାନ ପର୍ବ ସମୟରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯିବା ସହ ସୁରକ୍ଷା କର୍ମୀ ନିୟୋଜନ ସହ କଡ଼ାକଡ଼ି ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଥାଏ। କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ମେ ୩୧ ପର୍ୟ୍ୟନ୍ତ ଓଡ଼ିଶାର ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀର ମୁହାଣ ଅଞ୍ଚଳ ସମେତ ବେଳାଭୂମିର ୨୦ କିମି ମଧ୍ୟରେ ମାଛଧରାକୁ ନିଷିଦ୍ଧ ଘୋଷଣା କରା ଯାଇଥାଏ, ଏହାକୁ ତଦାରଖ କରିବା ପାଇଁ ବନବିଭାଗ, କୋଷ୍ଟ ଗାର୍ଡ, ମତ୍ସ୍ୟ ବିଭାଗ ସମେତ ମେରାଇନ ପୁଲିସ ପକ୍ଷରୁ ଟିମ୍ ଗଠନ କରାଯାଇ ତଦାରଖ କରା ଯାଇଥାଏ। ଅନ୍ୟ ପଟେ ଗୋପାଳପୁର ସମେତ ଆଖପାଖ ଅଞ୍ଚଳର କେତେକ ମତ୍ସ୍ୟଜୀବୀଙ୍କ ପକ୍ଷରୁ ବେଆଇନ ଘୋଷିତ କରାଯାଇଥିବା ଟିକ ଜାଲ ସହ ରିଙ୍ଗ ଜାଲକୁ ବ୍ୟବହାର କରୁଥିବା ଯୋଗୁଁ ମଧ୍ୟ ଏପରି କଇଁଛଙ୍କ ମୃତ୍ୟୁ ଘଟୁଥିବା ଆଲୋଚନା ହେଉଛି। ଦାଦନ ଖଟିବାକୁ ଗୋଆ ସମେତ ଚେନ୍ନାଇ ଯାଉଥିବା ମତ୍ସ୍ୟଜୀବୀ ମାନେ କମ ଦରରେ ପୁରୁଣା ଟିକ ଓ ରିଙ୍ଗ ଜାଲକୁ ଟ୍ରଲର ମାଲିକଙ୍କୁ ଠାରୁ କିଣି ଆଣି ଏଠାରେ ବ୍ୟବହାର କରୁଥିବା କେତେକ ମତ୍ସ୍ୟଜୀବୀ ମାନେ ସୂଚନା ଦେଇଛନ୍ତି। ଏଣୁ କଇଁଛଙ୍କ ସୁରକ୍ଷା ଦାୟିତ୍ବରେ ରହୁଥିବା ଅଧିକାରୀ ଓ କର୍ମଚାରୀ ମାନେ ଏହି ବେଆଇନ ଜାଲ ଗୁଡ଼ିକୁ ଜବତ କରିବା ସହ କଇଁଛଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories