www.samajalive.in
Saturday, December 6, 2025
16.1 C
Bhubaneswar

ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଠାବ

ଭଦ୍ରକ : ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଠାବ। ଭଦ୍ରକ ଜିଲ୍ଲା କେନ୍ଦୁଆପଦା ରେଲୱେ ଷ୍ଟେସନ ଧାରଣାରୁ  ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଶେରପୁର ଗାଁର ଲଲାଟେନ୍ଦୁ ବାରିକ ବୋଲି ଜଣାପଡିଛି। ଲଲାଟେନ୍ଦୁ ୟୁନିୟନ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ। ଗୁରୁବାର ସନ୍ଧ୍ୟାରେ ସେ ବ୍ୟାଙ୍କରୁ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ ଏକ ରେଳ ଧାରଣାରୁ ଲଲାଟେନ୍ଦୁଙ୍କର ସ୍କୁଟି ଠାବ କରିଥିଲେ।ଏହାପରେ ରେଳ ଧାରଣାରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ତୁରନ୍ତ ଏ ନେଇ ପୁଲିସକୁ ଖବର ଦେଇଥିଲେ।  ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories