www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଗତିର ମୁଖଶାଳା ପାରାଦୀପ : ମୁଖ୍ୟମନ୍ତ୍ରୀ

ପାରାଦୀପ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଆଜି ଠାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି। ଆଜି ପାରାଦୀପ ବନ୍ଦରରେ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରି କହିଛନ୍ତି ପାରାଦୀପ ପ୍ରଗତିର ମୁଖଶାଳା। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ପ୍ରେରଣା ଦିଏ। ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ବୈଭବଶାଳୀ ହୋଇଥିଲା। ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ। ଅସ୍ତରଙ୍ଗ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ପାରାଦୀପରେ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ ହେବ। ଏଥିସହ ତାଳଚେରକୁ ପାରାଦୀପ ସହ ଯୋଡିବାକୁ ୧୬ ହଜାର କୋଟି ବ୍ୟୟ ହେବ ବୋଲି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories