www.samajalive.in
Monday, December 8, 2025
24.1 C
Bhubaneswar

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗଣ୍ଡଗୋଳ, ୫ କୋର୍ଟ ଚାଲାଣ 

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଦୁଇଟି ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଗଣ୍ଡଗୋଳ ଘଟି ୭ରୁ ଅଧିକ ଲୋକ ଆହତ ହେଇଥିବା ବେଳେ ଗୋଳନ୍ଥରା ପୁଲିସ ଗଣ୍ଡଗୋଳରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ରାତି ସାଢେ ୧୦ଟା ବେଳେ ଗୋଳନ୍ଥରା ଥାନା ଅଧୀନ କେଉଟ କୋଇଠା ଗାଁର କିଛି ଯୁବକ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ବେଳେ ସୋରଳ ବସ ଷ୍ଟାଣ୍ଡ ନିକଟରେ କିଛି ଯୁବକଙ୍କ ସହ କଥାକଟା କଟି ହୋଇ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ସମୟରେ କିଛି ଯୁବକ ବ୍ଲେଡରେ ଆକ୍ରମଣ କରି ସୋରଳର କିଛି ଯୁବକଙ୍କୁ ରକ୍ତାକ୍ତ କରିଥିଲେ। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଉକ୍ତ ଘଟଣାକୁ କେନ୍ଦ୍ର କରି ସକାଳ ସାଢେ ୯ଟା ବେଳେ କେଉଟ କୋଇଠାର ଧର୍ମରାଜ ବେହେରା ନାମକ ଜଣେ ଶିକ୍ଷକ ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଉଥିବା ବେଳେ ବସଷ୍ଟାଣ୍ଡ ନିକଟରେ ୧୦ରୁ ୧୫ ଜଣ ଯୁବକ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ସ୍କୁଟିଟିକୁ ଭାଙ୍ଗି ଦେଇଥିଲେ। ଯାହାକୁ ନେଇ ସୋରଳ ଗାଁ ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବର ପାଇ ପୁଲିସ ଫୋର୍ସ ଗାଁରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏ ନେଇ ଶିକ୍ଷକଙ୍କ ଅଭିଯୋଗ କ୍ରମେ ଗୋଳନ୍ଥରା ଥାନା କେଶ ନଂ ୩୬୬/୨୪ରେ ପୁଲିସ ମାମଲା ରୁଜୁ କରିବା ସହ ସୋରଳ ଗାଁର ଭାବନି ଶଙ୍କର ବେହେରା, ରାମ ବେହେରା ଏବଂ କାହ୍ନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସେହିପରି ଗୋବିନ୍ଦନଗର ପଞ୍ଚାୟତର ଝିଙ୍କି ପଦର ଗାଁରେ ରାତିରେ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ଏକ କାରଣକୁ କେନ୍ଦ୍ର କରି ଶଙ୍କର ଦାସ, ବିଜୁ ଦାସ ଏବଂ ଅନ୍ୟ ଗାଁର ଦୁଇ ଜଣ ଯୁବକ ମିଳିତ ଭାବେ ରେଳ ଫାଟକ ନିକଟରେ ବିୟର ବୋତଲ ସାହାଯ୍ୟରେ କିଛି ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଝିଙ୍କି ପଦର ଗାଁର ରୋହିତ ଦାସ, ଅର୍ଜୁନ ଦାସ ଗୌରାଙ୍ଗ ଦାସ ନୟନା ଦାସ, କାନ୍ହୁ ଦାସ ଏବଂ ସୁଭଦ୍ରା ଦାସ ପ୍ରମୁଖ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଘଟଣା ନେଇ ରୋହିତ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ କେଶ ନଂ ୩୬୪/୨୪ ରେ ଏକ ମାମଲା ରୁଜୁ କରିବା ସହ ଶଙ୍କର ଦାସ ଓ ବିଜୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି। ସୋରଳ ଏବଂ ଝିଙ୍କିପଦର ଗଣ୍ଡଗୋଳ ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଥିବେ ଖୁବ ଶୀଘ୍ର ଗିରଫ କରାଯିବ ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି, ସୋରଳ ଗାଁର ଉପରେ ପୁଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ଥାନାଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories