www.samajalive.in
Sunday, December 7, 2025
14.1 C
Bhubaneswar

ଅଲ୍ ଓଡିଶା ସିନିୟର ଷ୍ଟେଟ ରାଙ୍କିଙ୍ଗ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଗୋପାଳପୁର: ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଥିବା ଗୋପାଳପୁରଠାରେ ଉଦଘାଟିତ ହୋଇଛି ଅଲ୍ ଓଡିଶା ସିନିୟର ଷ୍ଟେଟ ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ସ୍ଥାନୀୟ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଚକୁ ମୁଖ୍ୟଅତିଥି ରୂପେ ଗଞ୍ଜାମ ଜିଲ୍ଲା କ୍ରୀଡା ସଂଘ ସଂପାଦକ ଜେ.କାମେଶ୍ୱର ରାଓ ଯୋଗଦେଇ ଉଦଘାଟନ କରିଥିଲେ। ରାଜ୍ୟରେ ବିଭିନ୍ନ କ୍ରୀଡା ପାଇଁ ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଉଦ୍ୟମ କରାଯାଇଥିବାବେଳେ ଅଧିକରୁ ଅଧିକ ନୂତନ କ୍ରୀଡାବିତ୍ ସୃଷ୍ଟି କରିବାକୁ ସମସ୍ତେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟଅତିଥି ଆହ୍ୱାନ କରିଥିଲେ।

ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏନ୍ ପକ୍ଷରୁ ଆୟୋଜିତ ଏବଂ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପରିଚାଳିତ ଏହି ପ୍ରତିଯୋଗିତାରେ ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ। ସଂଙ୍ଗଠନ ସମ୍ପାଦକ ମିତେନ୍ଦ୍ର ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ୟାଡମିଣ୍ଟନ ଆସୋସିଏନ୍ ଜୋନାଲ ସମ୍ପାଦକ ଦୀପକ ରଞ୍ଜନ ମହାନ୍ତି, ମାଲକାନଗିରି ଜିଲ୍ଲା ସଙ୍ଘ ସମ୍ପାଦକ ପିତାପଲ ସିଂ, ମୁଖ୍ୟ ରେଫେରି ମନୋଜ କୁମାର ସାବତ ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟରେ ପ୍ରତ୍ୟେକ ବର୍ଷ ଅଲ୍ ଓଡିଶା ବ୍ୟାଡମିଣ୍ଟନ ଆସୋସିସନ୍ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ତିନି ଥର ଆୟୋଜନ କରାଯାଉଥିବା ବେଳେ ଏହାରି ମାଧ୍ୟମରେ କ୍ରୀଡାବିତଙ୍କ ରାଙ୍କିଙ୍ଗ୍  କରାଯାଇଥାଏ। ଏଥିରୁ ଚୟନ ହେଉଥିବା କ୍ରୀଡାବିତମାନେ ଜୋନାଲ ଏବଂ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥାଆନ୍ତି। ଟୁର୍ଣ୍ଣାମେଣ୍ଟରେ ୧୮ଟି ଜିଲ୍ଲାରୁ ଉଭୟ ସିନିୟର ବାଳକ ଓ ବାଳିକା ବିଭାଗର ୧୦୭ କ୍ରୀଡାବିତ୍ ଭାଗ ନେଇଛନ୍ତି। ମୋଟ ୫ଟି ବର୍ଗରେ ଟୁର୍ଣ୍ଣାମେଣ୍ଟ ହେବ। ଆସନ୍ତା ୧୫ ତାରିଖରେ ଏହା ଉଦଯାପିତ ହେବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories