କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ପଞ୍ଜିକୃତ ମାମଲାରେ କେଜ୍ରିଓ୍ବାଲଙ୍କୁ ଏହି ଜାମିନ ମିଳିଛି।

ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ଜୁଲାଇ ୧୨ରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଥିଲା। ତେଣୁ ଏବେ ସେ ଜେଲରୁ ବାହାରିବା ରାସ୍ତା ପରିଷ୍କାର ହୋଇଛି। କୁହାଯାଉଛି ଯେ, ସେ ଆଜି ହିଁ ଜେଲ୍‌ରୁ ବାହାରି ପାରନ୍ତି।

 

Comments are closed.