www.samajalive.in
Monday, December 15, 2025
24.1 C
Bhubaneswar

ଦୁଇ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଗିରଫ

ଫୁଲବାଣୀ : ଫିରିଙ୍ଗିଆ ପୁଲିସକୁ ବଡ ସଫଳତା ମିଳିଛି।  ପୁଲିସ ଏକ ବଡ଼ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ ର ୭ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ଏକ ଦାମୀ କାର, ଦୁଇଟି ବାଇକ, ନଗଦ ୮୧ ହଜାର ଟଙ୍କା ସହ ଦୁଇ କୁଇଣ୍ଟାଲ ଗଞ୍ଜେଇ କୁ ଜବତ କରିଛି। ପୋଲିସ ର ସୂଚନା ଅନୁସାରେ ଫିରିଙ୍ଗିଆ ଥନା ସାଡୀଙ୍ଗିଆ ଅଞ୍ଚଳରୁ ଏକ କାର ରେ  ଭୁବନେଶ୍ୱର କୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନିର୍ଦେଶ କ୍ରମେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ଏବଂ ଦୀପକ କୁମାର ରାଉତ ଙ୍କ ନେତୃତ୍ୱ ରେ ଏକ ଟିମ ଫିରିଙ୍ଗିଆ ଥାନା ମାସରୀପଡା ଠାରୁ ନୂଆପଦର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଟେଟେକାପଦର ଛକ ନିକଟରେ କାର ଟିକୁ  ପିଛା କରିଥିଲେ। ଏବଂ ଧରିବାରେ ସଫଳ ହୋଇଥିଲେ। ତେବେ ଗିରଫ ମାଫିଆ ମାନଙ୍କ ମଧ୍ୟରେ କାରର ଡ୍ରାଇଭର ଜଣକ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ରତିଙ୍ଗିଆ ଗାଁ ର ଗାଁଭାସ୍କର ନାଏକ ବୋଲି ଜଣାପଡିଛି।  ଅନ୍ୟ ଛଅ ଜଣକ ମଧ୍ୟରୁ ଚାରିଜଣ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା  ଥାନା ଲିଙ୍ଗାଗଡ଼ ଗାଁ ର ଏଭେଲ ରଣା,ଯୁଗଳ ରଣା,ଲଷ୍ମୀକାନ୍ତ ରଣା ଓ ଟୁକୁନା ପାତ୍ର ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ସେହି ଘଣ୍ଟାପଡ଼ା ଥାନା ସିଲେଟପଡ଼ା ଗାଁ ର ପ୍ରବୀଣ ସାହା  ବୋଲି ଜଣାପଡିଛି।  ଦୀର୍ଘଦିନରୁ ଏମାନେ ଗଞ୍ଜେଇ କାରବାର କରିଆସୁଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ମାଫିଆ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories