www.samajalive.in
Monday, December 8, 2025
14.1 C
Bhubaneswar

ଟେବୁଲ ଟେନିସ ଚମ୍ପିଆନସିପ୍‌ ସେମିରେ ଆରାଧ୍ୟା, ଆଶୀ, ଶ୍ବେତପଦ୍ମା ଓ ଉର୍ଜା

କଟକ: ଓଡ଼ିଶା ରାଜ୍ୟ ଟେବୁଲଟେନିସ ଆସୋସିଏସନ ଆନୁକୂଲ୍ୟରେ ସିଡିଏସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ହଲ୍‌ରେ ଚାଲିଥିବା ୩୦ତମ ଆନ୍ତଃଜିଲା ରାଜ୍ୟ ଟେବୁଲଟେନିସ ଚମ୍ପିଆନସିପ୍‌ର ୧୩ ବର୍ଷରୁ କମ୍‌ ବାଳିକା,. ୧୫ ବର୍ଷରୁ କମ୍‌ ବାଳକ ଏକକ ଓ ୧୯ ବର୍ଷରୁ କମ୍‌ ବାଳିକା ଏକକ ବର୍ଗ ସେମିଫାଇନାଲ ଲାଇନଅପ ହୋଇଛି।

୧୩ ବର୍ଷରୁ କମ୍‌ ବାଳିକା ଏକକ କ୍ବାର୍ଟର ଫାଇନାଲରେ କଟକର ଆରଧ୍ୟା ସାହୁ ୩-୦ ଗେମରେ ପୁରୀର ମିଟ୍‌ ପୂଜାପଣ୍ଡାଙ୍କୁ,କଟକର ଆଶୀ ସ୍ବୟାଂଶୀ ୩-୦ ଗେମ୍‌ରେ ଆରଏସ୍‌ପିର ଆନି କିଣ୍ଡୋଙ୍କୁ, କେଡିଟିଟିଏର ଅନ୍ବେଷା ଅନିରୁଦ୍ଧ ୩-୧ ଗେମରେ ଶ୍ରୀଜିତା ଚୌଧୁରୀଙ୍କୁ ଓ କଟକର ଶ୍ବେତା ବର୍ମା ୩-୦ ଗେମ୍‌ରେ ପୁରୀର ଅନୋକ୍ଷୀ ମହାନ୍ତିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲରେ ଆରଧ୍ୟା ସାହୁ -ଆଶୀ ସ୍ବୟାଂଶୀଙ୍କୁ ଓ ଅନ୍ବେଷା ଅନିରୁଦ୍ଧ-ଶ୍ବେତା ବର୍ମାଙ୍କୁ ଭେଟିବେ। ୧୫ ବର୍ଷରୁ କମ୍‌ ବାଳକ ଏକକ କ୍ବାର୍ଟର ଫାଇନାଲରେ ଜିଜ୍ଞାଶୁ ସାଇ କିରଣ ପ୍ରଧାନ ୩-୦ ଗେମ୍‌ରେ ଋତମ ଭୂୟଁାଙ୍କୁ , ଜୁନେଦ ଅଲ୍ଲୀ ୩-୧ ଗେମ୍‌ରେ ସୋମନାଥ ସୁବୁଦ୍ଧିଙ୍କୁ, ଜୟସ୍ତୁ ଦାସଗୁପ୍ତା ୩-୦ ଗେମ୍‌ରେ ଅଭିନବ ଅର୍ଣ୍ଣବଙ୍କୁ ଓ ଆର୍ଯ୍ୟାଂଶ ପ୍ରସାଦ ସିଂହ ୩-୨ ଗେମରେ ଜିୟାଦ ଖାନଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲରେ ଜିଜ୍ଞାଶୁ ସାଇକିରଣ ପ୍ରଧାନ -ଜୁନେଦ ଅଲ୍ଲୀଙ୍କୁ ଓ ଜୟସ୍ତୁ ଦାସଗୁପ୍ତା ଆର୍ଯ୍ୟାଂଶ ପ୍ରସାଦଙ୍କୁ ଭେଟିବେ। ୧୯ ବର୍ଷରୁ କମ୍‌ ବାଳିକା ଏକକ କ୍ବାର୍ଟର ଫାଇନାଲରେ ଶ୍ବେତପଦ୍ମା ଦଳାଇ ୩-୦ ଗେମରେ ସ୍ବସ୍ତିକା ଆଦ୍‌ବାରଙ୍କୁ, ଆଫିଆ ମୋହସିନ ୩-୨ ଗେମରେ ସାକ୍ଷୀ ଭଗତଙ୍କୁ, ଏମ୍‌ବିିବି ପଣ୍ଡା ୩-୧ ଗେମରେ ଅଙ୍କିତା ପି ଦଳାଇଙ୍କୁ ଓ ଉର୍ଜା ବର୍ମା ୩-୦ ଗେମରେ ସିଲ୍‌କି ମହାନ୍ତଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲରେ ଶ୍ବେତପଦ୍ମା ଦଳାଇ -ଆଫିଆ ମୋହସିନଙ୍କୁ ଓ ଏମ୍‌ବିବି ପଣ୍ଡା-ଉର୍ଜା ବର୍ମାଙ୍କୁ ଭେଟିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories