www.samajalive.in
Monday, December 15, 2025
24.1 C
Bhubaneswar

କରାପଲ୍ଲୀ ଛକରେ ଉଠା ଦୋକାନୀଙ୍କ ଭିଡ଼

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଛକ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖା ଦେବା ସହ ଛକର ଦୁଇ ପାର୍ଶ୍ଵରେ ଉଠା ଦୋକାନୀଙ୍କ ଭିଡ଼ ଯୋଗୁଁ ବିପଦକୁ ବରଣ ସଦୃଶ୍ୟ ପରିସ୍ଥିତି ସୃଷ୍ଟି ହୋଇଛି। କରାପଲ୍ଲୀ ଅଞ୍ଚଳଟି ପରିବା ମାର୍କେଟ ଭାବରେ ପରିଚିତ ରହିଥିବା ସହ ଗୋପାଳପୁର ବ୍ରହ୍ମପୁର ମୁଖ୍ୟ ରାସ୍ତା କଡ଼ରେ ରହିଛି। ପ୍ରତିଦିନ ସକାଳୁ ରାତି ଯାଏଁ କରାପଲ୍ଲୀ ସମେତ ଆଖପାଖ ମାଣ୍ଡିଆ ପଲ୍ଲୀ,ବକ୍ସିପଲ୍ଲି,ଗୋଳାବନ୍ଧ ପ୍ରଭୃତି ଅଞ୍ଚଳର ପରିବା ଉତ୍ପାଦନ କାରୀ ମାନେ ସେମାନଙ୍କ ଉତ୍ପାଦିତ ପରିବା ଆଦିକୁ ବିକ୍ରି କରିବା ପାଇଁ ଏଠାରେ ଭିଡ଼ ଜମାଇଥାନ୍ତି। ଏହା ସହ ସ୍ଥାନୀୟ ପରିବା ବ୍ୟବସାୟୀ ମାନେ ମଧ୍ୟ ବ୍ୟବସାୟ କରିଥାନ୍ତି। ଯାହାଫଳରେ ଦିନ ତମାମ ଲୋକଙ୍କ ଗହଳିଚହଳି ଲାଗିଥାଏ। ବିଶେଷ କରି ସକାଳ ୬ଟାରୁ ୧୧ଟା ସମେତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଛକ ଠାରେ ଗହଳି ଲାଗିଥାଏ। ଛକ ଅଞ୍ଚଳଟି ଗୋପାଳପୁର-ବ୍ରହ୍ମପୁର ମୁଖ୍ୟ ରାସ୍ତା କଡ଼ରେ ରହିଥିବାରୁ ଦିନ ତମାମ ଏହି ରାସ୍ତାରେ ଅନେକ ଗାଡ଼ି ମୋଟର ଯାତାୟାତ ମଧ୍ୟ କରିଥାନ୍ତି। ଭଞବିହାର ଫାଣ୍ଡି ଠାରୁ ମାତ୍ର ୫୦୦ ମିଟର ଦୂରରେ ଛକ ଅଞ୍ଚଳଟି ରହିଥିଲେ ସୁଦ୍ଧା ଏଠାରେ ପୁଲିସ ଅନୁପସ୍ଥିତି ଯୋଗୁଁ ଅନେକ ସମୟରେ ଟ୍ରାଫିକ ଅବ୍ୟବସ୍ଥା ଉପୁଜୁଥିବା ସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମାନ ଘଟୁଥିବା ନଜିର ରହି ଆସିଛି। ପରିବା କିଣିବାକୁ ଆସୁଥିବା ଲୋକମାନେ ନିଜର ଗାଡ଼ି ମଟର ଗୁଡ଼ିକୁ ରାସ୍ତା ଉପରେ ରଖୁଥିବା ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।
ଗୋପାଳପୁର ବ୍ରହ୍ମପୁର ଯାଆସ କରୁଥିବା ସିଟି ବସ୍ ଗୁଡ଼ିକ ମଧ୍ୟ ବସ୍ ଷ୍ଟପ ନାମରେ ରାସ୍ତା ଉପରେ ରଖୁଥିବା ଯୋଗୁଁ ମଧ୍ୟ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଘଟଣା ନେଇ ଅନେକ ସମୟରେ ଅଞ୍ଚଳବାସୀ ପୁଲିସକୁ ଅବଗତ କରାଉଥିଲେ ମଧ୍ୟ ପୁଲିସ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories