www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ଏନଏସି ଅଧକ୍ଷ ଓ କାଉନସିଲର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ୧୧ନମ୍ବର୍ ୱାର୍ଡର ଶିବବନ୍ଦରେ ଚାଲିଥିବା ଜଳ ଉତ୍ସବ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷଙ୍କ କଥା କଟାକଟି ଓ ଉତ୍ତେଜନା ହୋଇଥିବାରୁ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ନିର୍ବାହୀ ଅଧିକାରୀ ବାରମ୍ବାର ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅଣଦେଖା ଓ ଅସମ୍ମାନ କରୁଥିବା ଅଭିଯୋଗ ନେଇ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଓ କାଉନସିଲର ମାନେ ମିଶି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ଏନଏସି କାର୍ଯ୍ୟଳୟରେ ସାଧାରଣ ଲୋକଙ୍କୁ  କାମ ପାଇଁ ଛଡା ଯାଇ ନଥିଲା, ଏପରିକି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅଭିଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏନ.ଏ ସି କାର୍ଯ୍ୟାଳୟକୁ ଆସିଥିବା ଲୋକେ ଫେରିଯିବା ଦେଖା ଯାଇଥିଲା। ତୃତୀୟ ଦିନ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ତହସିଲଦାର ତଥା ମାଜିଷ୍ଟ୍ରେଟ ଅଞ୍ଜଳି ମାଝୀ ଧାରଣାସ୍ଥଳକୁ ଆସି ଆଲୋଚନା କରିଥିଲେ। ଆଲୋଚନାରେ ନଗରପାଳ ତାଙ୍କ ଦାବି ଉପସ୍ଥାପନ କରିବା ସହ ଶୀଘ୍ର ପଦକ୍ଷେପ ଗ୍ରହଣ ନ କଲେ ପୁଣି ଆନ୍ଦୋଳନ କରାଯିବା ବୋଲି ନଗରପାଳ କହିଥିଲେ। ଅନ୍ୟ ପକ୍ଷରେ ତହସିଲଦାର ତାଙ୍କର ଦାବି ଶୁଣି ଥିବା ଓ ସମସ୍ତ ଦାବିକୁ ଜିଲ୍ଲା ପ୍ରଶାସନକୁ ଜଣାଇବେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।  ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଉଠିଥିଲେ ନଗରପାଳ ଓ ଉପସ୍ଥିତ କାଉନସିଲର।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories