www.samajalive.in
Monday, December 8, 2025
14.1 C
Bhubaneswar

ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ୮ଟି ଏୟାରଷ୍ଟ୍ରିପ୍ ଲିଜ୍ ଦେବ ଓଡ଼ିଶା

ଡେସ୍କ: ରାଜ୍ୟ ସରକାର ନୂଆ ଏୟାର କନେକ୍ଟିଭିଟି ଯୋଜନା ଉନ୍ମୋଚନ କରିବା ପରେ ରାଜ୍ୟରେ ଏକ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ୮ଟି ଏୟାରଷ୍ଟ୍ରିପ୍ ଲିଜରେ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ଚଳିତ ଅକ୍ଟୋବର ୨୬ରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି।

ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଅନୁଯାୟୀ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ୮ଟି ଏୟାରଷ୍ଟ୍ରିପର ସର୍ବନିମ୍ନ ୧ ହଜାର ବର୍ଗମିଟର ଜାଗା ଲିଜରେ ଦେବାକୁ ନିଷ୍ପତ୍ତି ନେଇଛି। ଏଥିରେ ବଲାଙ୍ଗୀର ଜିଲ୍ଲାର ତୁସରା, ସମ୍ବଲପୁରର ହୀରାକୁଦ (ଜମାଦାରପାଲି), ନୂଆପଡ଼ାର ଗୋଟମା, ବରଗଡ଼ର ପଦ୍ମପୁର (ସତୀଭାତ), କନ୍ଧମାଳର ଫୁଲବାଣୀ (ଗୁଡାରୀ), ମୟୂରଭଞ୍ଜର ରାଇରଙ୍ଗପୁର (ଦାଣ୍ଡବୋଷ), କେନ୍ଦୁଝରର ରାଇସୁଆଁ ଓ ବଡ଼ବିଲରେ ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା ହେବ।

- Advertisement -

ଲିଜଧାରୀ ମାନେ ବିମାନ ପ୍ରଶିକ୍ଷଣ ଅନୁଷ୍ଠାନର ଭିତ୍ତିଭୂମିର ବିକାଶ କରି ଏହାକୁ ୫ ବର୍ଷ ପାଇଁ ପରିଚାଳନା କରିବେ, ପରେ ସନ୍ତୋଷଜନକ କାର୍ଯ୍ୟ କ୍ଷେତ୍ରରେ ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚୁକ୍ତି ବୃଦ୍ଧି କରାଯାଇପାରିବ।

ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟେଣ୍ଡର ବିଜ୍ଞପ୍ତି ଅନୁଯାୟୀ, ଇଛୁକ ସଂସ୍ଥାଗୁଡିକ ସ୍ଥାନ ପରିଦର୍ଶନ କରି ନିର୍ମାଣ ପାଇଁ ଉପଲବ୍ଧ ସ୍ଥିତି, ଅବସ୍ଥିତି, ପରିବେଶ, ଜଳବାୟୁ, ବିଜୁଳି, ପାଣି ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଅନୁଧ୍ୟାନ କରି ପ୍ରସ୍ତାବ ଦାଖଲ କରିପାରିବେ।

ଭୁବନେଶ୍ବରସ୍ଥିତ ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ଢେଙ୍କାନାଳର ବିରସାଲ ବ୍ୟତୀତ ରାଜ୍ୟରେ ଦୁଇଟି ଘରୋଇ ଅନୁଷ୍ଠାନ ରହିଛି। ଏହି କ୍ଷେତ୍ରରେ ପାଇଲଟ୍ ଏବଂ କୁଶଳୀ କର୍ମଚାରୀଙ୍କ ଭବିଷ୍ୟତ ଚାହିଦା ପୂରଣ କରିବା ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟ ସରକାର ୫୬୨ କୋଟି ଟଙ୍କାର ବିମାନ ଚଳାଚଳ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ପାଇଲଟ୍, ସିମୁଲେଟର ଓ କ୍ୟାବିନ୍ କ୍ରୁଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିରସାଲ ଏୟାରଷ୍ଟ୍ରିପରେ ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

ସୂଚନାଯୋଗ୍ୟ, ଗତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ନୂତନ ବିମାନ ସଂଯୋଗ ନୀତିକୁ ମଞ୍ଜୁରୀ ମିଳିଥିଲା, ଯେଉଁଥିରେ ଏୟାରଲାଇନ୍ସଗୁଡ଼ିକୁ ନୂତନ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ମାର୍ଗ ଆରମ୍ଭ ପାଇଁ ଯଥେଷ୍ଟ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories