www.samajalive.in
Monday, December 8, 2025
14.1 C
Bhubaneswar

୭ଦିନ ପରେ ବଦଳିବ ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ତୁଳା ରାଶିରେ ପ୍ରବେଶ କରିବେ ‘ଗ୍ରହଙ୍କ ରାଜା’;

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ବ୍ୟବଧାନ ପରେ ନିଜର ବେଗ ପରିବର୍ତ୍ତନ କରିଥାନ୍ତି। ଏହି ପରିବର୍ତ୍ତନ ସବୁ ରାଶିର ଲୋକଙ୍କୁ ପ୍ରଭାବିତ କରିଥାଏ। କେତେକଙ୍କ ପାଇଁ ଏହା ଶୁଭ ଓ କେତେକଙ୍କ ପାଇଁ ଏହା ଅଶୁଭ ହୋଇଥାଏ। ଗ୍ରହଙ୍କ ରାଜା ଅର୍ଥାତ୍‌‌ ‘ସୂର୍ଯ୍ୟ ଗ୍ରହ’ ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅକ୍ଟୋବର ୧୭ତାରିଖ ସକାଳ ୭ଟା ୫୨ମିନିଟରେ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବେ। ଏହା ଫଳରେ ୫ଟି ରାଶି ପାଇଁ ସୂର୍ଯ୍ୟଗୋଚର ପ୍ରଭାବ ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବା କୁହାଯାଉଛି।

ମେଷ: ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ରାଶିର ଲୋକଙ୍କ ଜୀବନରେ ବହୁତ ସକାରାତ୍ମକ ପରିବର୍ତ୍ତନ ଆସିବ। କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। କାରବାରରେ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧୁରିବ।

- Advertisement -

ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଗୋଚର ଶୁଭ ରହିଛି। ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ, ଉନ୍ନତିର ସମ୍ଭାବନା ରହିଛି। ଯେଉଁମାନେ ପଦୋନ୍ନତି ପାଇଁ ଅପେକ୍ଷା କରିଛନ୍ତି ସେମାନେ ଶୁଭ ଖବର ପାଇପାରନ୍ତି। ଏଥିସହ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ଜୀବନର ସମସ୍ୟା ଦୂର ହେବ। ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ପୂର୍ବ ଅପେକ୍ଷା ମଧୁର ହେବ।

କନ୍ୟା: ଏହି ରାଶିର ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବାରୁ ଖୁସି ଖବର ମିଳିପାରେ। ଚାକିରି ଖୋଜୁଥିବା ଲୋକଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିପାରେ। ବ୍ୟବସାୟୀମାନେ ନିଜର ବ୍ୟବସାୟକୁ ବିସ୍ତାର କରିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଧାର ଆସିବ। ଜୀବନସାଥୀଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ରହିବ।

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଶୁଭ ସମୟ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହିତ ଆରମ୍ଭ ହୋଇପାରେ। କର୍ମକ୍ଷେତ୍ରରେ ବରିଷ୍ଠଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଅଫିସରେ ବସ୍‌‌ ଆପଣଙ୍କ କାମର ପ୍ରଶଂସା କରିବେ। ଯଦି ଆପଣ କେଉଁଥିରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିପାରେ। ଚାକିରି କରୁଥିଲେ ପଦୋନ୍ନତି ହେବାର ସମ୍ଭାବନା ଯଥେଷ୍ଟ ରହିଛି।

କୁମ୍ଭ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବହୁତ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କ୍ୟାରିୟରରେ ନୂଆ ସୁଯୋଗ ମିଳିବ। ମାନସିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଏଥିରୁ ମୁକ୍ତି ପାଇପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories