www.samajalive.in
Monday, December 8, 2025
14.1 C
Bhubaneswar

ପାର୍ବଣ ଋତୁରେ ବଢିଲା ସ୍ମାର୍ଟଫୋନ୍ ବିକ୍ରି, ଗ୍ରାହକଙ୍କ ପ୍ରଥମ ପସନ୍ଦ ଏହି ଫୋନ୍

ନୂଆଦିଲ୍ଲୀ : ଭାରତରେ ପାର୍ବଣ ଋତୁରେ ସ୍ମାର୍ଟଫୋନ୍ ବିକ୍ରି ବଢିଛି । କାଉଣ୍ଟରପଏଣ୍ଟର ରିସର୍ଚ୍ଚ ଅନୁସାରେ ଦିପାବଳୀ ସୁଦ୍ଧା ଚଳିତ ବର୍ଷ ସାଢେ ୩ କୋଟିରୁ ଅଧିକ ଫୋନ୍ ବିକ୍ରି ଆଶା କରାଯାଉଛି । ଯାହା ପୂର୍ବ ଅପେକ୍ଷା ୩ ପ୍ରତିଶତ ଅଧିକ ଏବଂ ଦାମ୍ ଅନୁସାରେ ପୂର୍ବ ବର୍ଷ ଅପେକ୍ଷା ୯ ପ୍ରତିଶତ ଅଧିକ ହୋଇପାରେ ।

ବିଶେଷ ରୂପେ ଅଲ୍ଟ୍ରା-ପ୍ରିମିୟମ୍ ସେଗମେଣ୍ଟ(୪୫ ହଜାର ଟଙ୍କାରୁ ଅଧିକ)ରେ ୧୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଅର୍ଥାତ୍ ସମସ୍ତେ ଦାମୀ ଫୋନ୍ ପସନ୍ଦ କରୁଛନ୍ତି । ଆପଲ, ସାମସଙ୍ଗ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟୁଛି । ସାମସଙ୍ଗ ଏସ୍୨୩ ଓ ଆଇଫୋନ୍ ୧୫ ଦାମ୍ କମିଥିବାରୁ ଗ୍ରାହକ ଏହି ୨ ମଡେଲ ଅଧିକ କ୍ରୟ କରୁଛନ୍ତି । ଚଳିତ ବର୍ଷ ୨୬ ସେପ୍ଟେମ୍ବରରୁ ପାର୍ବଣ ଋତୁ ପାଇଁ ଫୋନ୍ ବିକ୍ରି ଆରମ୍ଭ ହୋଇଛି । ଦିପାବଳୀ ପର୍ଯ୍ୟନ୍ତ ବିକ୍ରି ଲଗାତର ଜାରି ରହିବ ବୋଲି ଆକଳନ କରାଯାଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories