www.samajalive.in
Monday, December 8, 2025
14.1 C
Bhubaneswar

ଗଦା ଗଦା ନକଲି ଚାକିରି ବିଜ୍ଞାପନ ପୋଷ୍ଟର, ଚିନ୍ତାରେ ଶିକ୍ଷିତ ଯୁବକ ଯୁବତୀ

ଫୁଲବାଣୀ: କନ୍ଧମାଳ ଜିଲାରେ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାର ସୁଯୋଗ ନେଉଛନ୍ତି କେତେକ ବେନାମୀ ଠକ ସଂସ୍ଥା। ଚାକିରି ନାଁରେ ଏବେ କନ୍ଧମାଳ ଜିଲାର ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦେଖାଗଲାଣି ବିଭିନ୍ନ ପ୍ରକାର ଚାକିରି ପାଇଁ ବିଜ୍ଞାପନ। ବିଶେଷ କରି ନିକଟ ଭବିଷ୍ୟତରେ କନ୍ଧମାଳ ଜିଲା ମେଡ଼ିକାଲ୍‌‌ କଜେଲ ଖୋଲିବାର ରହିଥିବାବେଳେ ଏହାର ସୁଯୋଗ ନେଇଛନ୍ତି ବିଭିନ୍ନ ପ୍ରକାରର ଠକ ସଂସ୍ଥା। ବିଭିନ୍ନ ସ୍ଥାନରେ ଚାକିରି ପାଇଁ ଲାଗିଥିବା ଗଦା ଗଦା ପୋଷ୍ଟରକୁ ନେଇ ଦ୍ୱନ୍ଦ୍ବରେ ପଡ଼ିଛନ୍ତି ଜିଲାର ଶିକ୍ଷିତ ଯୁବକ ଓ ଯୁବତୀମାନେ। ସରକାରୀ ଚାକିରି ବଦଳରେ ଏବେ ସର୍ଭିସ୍‌‌ ପ୍ରୋଭାଇଡର ସଂସ୍ଥାମାନଙ୍କ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁଁ ଅନେକ ମଧ୍ୟ ଏହିବୁ ପୋଷ୍ଟରକୁ ବିଶ୍ୱାସ କରି ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରି ଠକାମୀର ଶୀକାର ହେଉଥିବ ବେଳେ ଅନେକ ଲୋକ ଲଜ୍ଜାରେ ଅନେକ ନୀରବ ରହୁଥିବା ଖବର ମିଳିଛି।

ନିକଟରେ ବିିଭିନ୍ନ ସ୍ଥାନରେ ମରାଯାଇଥିବା ପୋଷ୍ଟର ପ୍ରକାରେ, ଫୁଲବାଣୀ ମେଡ଼ିକାଲ୍‌‌ କଲେଜରେ ବିଭିନ୍ନ ପଦବୀରେ ଚାକିରି କରାଇଦେବା ନେଇ ମିଛ ବିଜ୍ଞାପନ ଏବେ ସୋସିଆଲ୍‌‌ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ଅନେକ ଯୁବକ ଯୁବତୀ ଦ୍ଵନ୍ଦ୍ଵରେ ପଡ଼ୁଛନ୍ତି। ଫୁଲବାଣୀ ମେଡିକାଲ କଲେଜ ନିର୍ମାଣ କାମ ଶେଷ ହୋଇନାହିଁ। ଯଦିଓ ନିକଟରେ କଲେଜର ଅଧୀକ୍ଷକ ଓ ଅଧ୍ୟକ୍ଷ ନିଯୁକ୍ତି ହୋଇଥିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ମେଡିକାଲ୍‌‌ କଲେଜରେ ଚାକିରି କରାଇଦେବା ନେଇ ମିଛ ବିଜ୍ଞାପନ ପ୍ରକାରେ ନର୍ସିଂ ଅଫିସର, ଆସିଷ୍ଟାଣ୍ଡ ଲାଇବ୍ରେରିଆନ୍‌‌, ସିନିୟର ଏବଂ ଜୁନିୟର ଆସିଷ୍ଟାଣ୍ଟ, ଲ୍ୟାବ୍‌‌ ଟେକ୍ନିସିଆନ୍‌‌, ଷ୍ଟୋର କିପର ଭଳି ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ କରାଯାଇଛି ଏହି ମିଛ ବିଜ୍ଞାପନମାନଙ୍କରେ। ତେବେ ଏସବୁ ବିଜ୍ଞାପନ କେତେ ସତ ଓ କେତେ ମିଛ ତାହାକୁ ନେଇ ସମଗ୍ର ଜିଲାରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାଢ଼ୀଙ୍କୁ ପଚାରିବାରେ, ସରକାରୀ ସ୍ତରରେ ଏଭଳି କୌଣସି ବିଜ୍ଞାପନ ପ୍ରକାଶ ପାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଭଳି ନକଲି ଚାକିରି ବିଜ୍ଞାପନ ସଂପୂର୍ଣ୍ଣ ଜାଲ୍ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ତେବେ ଏହି ଘଟଣା ପରେ ଏବେ ଅନେକ ବ୍ୟକ୍ତି ସୋସିଆଲ୍‌‌ ମିଡିଆରେ ଏହା ମିଛ ବିଜ୍ଞାପନ ବୋଲି ଭାଇରାଲ୍‌‌ କରିବା ଆରମ୍ଭ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories