www.samajalive.in
Monday, December 15, 2025
27.1 C
Bhubaneswar

ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ: ବିପୁଳ ମାଓ ସାମଗ୍ରୀ ଜବତ

ରାୟପୁର:  ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ। ଛତିଶଗଡ ଅବୁଝମାଡ ଜଙ୍ଗଲରେ ବଡଧରଣର ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ମାନେ ୪ ନକ୍ସଲଙ୍କୁ ନିପାତ କରିଥିବା ସୂଚନା ମିଳିଛି। ଏବଂ ମାଓବାଦୀଙ୍କ ପାଲଟା ଜବାବରେ ଜଣେ କନଷ୍ଟେବଳ ସହିଦ ହୋଇଛନ୍ତି। ସୂଚନା ଅନୁସାରେ ନକ୍ସଲ ଦମନ ଅଭିଯାନରେ ଛତିଶଗଡ ଅବୁଝମାଡରେ ଅପରେସନ୍ ଆରମ୍ଭ ହୋଇଥିଲା। ଶନିବାର ସନ୍ଧ୍ୟାରୁ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ସମୟର ଗୁଳି ବିନିମୟ ପରେ ସୁରକ୍ଷାକର୍ମୀ ମାନେ ୪ ନକ୍ସଲଙ୍କୁ  ନିପାତ କରିବାରେ ସଫଳ ହୋଇଛନ୍ତି। ନକ୍ସଲ ମାନଙ୍କ ପାଲଟା ଆକ୍ରମଣରେ କନଷ୍ଟେବଳ ସାନୁ କରମ ସହିଦ ହୋଇଛନ୍ତି। ଘଟଣାସ୍ଥଳକୁ ଏକେ ୪୭ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories