www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ଗୋପାଳପୁର ବେଳାଭୂମିରୁ ଉଦ୍ଧାର ହେଲା ୪ ମଲା କଇଁଛ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ପୁଣିଥରେ ୪ଟି ମଲା କଇଁଛ ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ ମୃତ କଇଁଛ ଗୁଡ଼ିକୁ ଗତକାଲି ସନ୍ଧ୍ୟାରେ ବନ ବିଭାଗ ପକ୍ଷରୁ ବେଳାଭୂମି ର‌ କିଛି ଦୂରରେ ଗାତ କରି ପୋତି ଦିଆଯାଇଛି।  ସୂଚନା ଅନୁସାରେ ଗତ କିଛିଦିନ ହେଲା ଗୋପାଳପୁର ବେଳାଭୂମିରେ ଗୋଟିଏ, ଦୁଇଟି ମଲା କଇଁଛ ମରି ପଡ଼ିଥିବା ନଜରକୁ ଆସୁଥିବାବେଳେ ଗତକାଲି ବେଳାଭୂମିରେ ଏକାଥରକେ ୪ଟି ମୃତ କଇଁଛ ପଡ଼ିଥିବା ଦେଖିବାକୁ ମିଳିଛି । ସମୁଦ୍ର ମଧ୍ୟକୁ ସ୍ଥାନୀୟ ମତ୍ସ୍ୟଜୀବୀ ସମେତ ବାହାର ଅଞ୍ଚଳ ଓ ପଡ଼ୋଶୀ ଆନ୍ଧ୍ରର ଅନେକ ଟ୍ରଲର ସମୁଦ୍ରର ନିଷିଦ୍ଧ ଅଞ୍ଚଳରେ ମାଛଧରା ଜାରି ରଖିଛନ୍ତି। ଏହା ସହ କେତେକ ମତ୍ସ୍ୟଜୀବୀ ନିଷେଧ କରାଯାଇଥିବା ରିଙ୍ଗ ଜାଲ ମଧ୍ୟ ବ୍ୟବହାର କରୁଛନ୍ତି। ଫଳରେ କଇଁଛ ଙ୍କ ଜୀବନ ପ୍ରତି ବିପଦ ଘନେଇଥିବା ଦେଖିବାକୁ ମିଳିଛି। ଏଣୁ କଇଁଛଙ୍କ ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories