www.samajalive.in
Sunday, December 7, 2025
23.1 C
Bhubaneswar

ଅବ୍ୟବସ୍ଥାରେ ଲାମପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ; ୧୨୯ ଛାତ୍ରଛାତ୍ରୀରେ ୨ ଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଶୁଡିବାରେ ଲାଗିଛି। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ସବୁଠି କେହି ଶିକ୍ଷା ପାଇବାରୁ ଯେଭଳି ବଞ୍ଚିତ ନ ହେବେ ସେଥିପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି। ସ୍ମାର୍ଟ ସ୍କୁଲ ନିର୍ମାଣ କରି ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା ସହ କମ୍ପ୍ୟୁଟର ଭଳି ବିଭିନ୍ନ ଉଚ୍ଚ କୋଟିର ଶିକ୍ଷା ବ୍ୟବସ୍ଥା କରାଯାଉଛି, କିନ୍ତୁ ଗ୍ରାମାଞ୍ଚଳ ସହ ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟମାନଙ୍କରେ ଉନ୍ନତ ଶିକ୍ଷା ପାଇବା ଦୂରର କଥା ବିଦ୍ୟାଳୟଗୁଡିକରେ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ସହ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ କିଛି ମାସ ମଧ୍ୟରେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଅଭିଭାବକମାନେ ଶିକ୍ଷା ବିଭାଗକୁ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟ ସଫଳ ନ ହେବାରୁ ବାଧ୍ୟ ହୋଇ ବିଦ୍ୟାଳୟରେ ହୋ ହାଲ୍ଲା କରି ତାଲା ପକାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବେ ପୁଣି ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲାମପଦର ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ଉତ୍ତ୍ୟକ୍ତ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିବାସହ ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବା ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ନିଷ୍ପତ୍ତି ଓ ବିଦ୍ୟାଳୟକୁ ପିଲା ନ ଛାଡିବା ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ, ଏହି ଲାମପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଟି ବହୁ ପୁରାତନ। ୧୯୧୪ ମସିହାରେ ବିଦ୍ୟାଳୟଟି ସ୍ଥାପିତ ହୋଇଥିଲା। ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ବିଦ୍ୟାଳୟରେ ସମୁଦାୟ ୧୨୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୧୨୯ ଜଣ ଛାତ୍ରଛାତ୍ରୀରେ ମାତ୍ର ୨ ଜଣ ଶିକ୍ଷକ ଥିବାବେଳେ ସେଥି ମଧ୍ୟରୁ ଜଣେ କୁଇ ଶିକ୍ଷୟିତ୍ରୀରେ ବିଦ୍ୟାଳୟରେ ପାଠପଢା ଚାଲିଛି, ଯଦ୍ୱାରା ବିଦ୍ୟାଳୟରେ ପାଠ ପଢ଼ାଇବା ମଧ୍ୟ ଅସମ୍ଭବ ହୋଇ ପଡ଼ିଥିବାବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଦୀର୍ଘ ଦିନରୁ ଏହି ବିଦ୍ୟାଳୟରେ ଶିକ୍ଷକ ଅବ୍ୟବସ୍ଥା ଚାଲିଛି, ଯାହାକୁ ନେଇ ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟାଳୟରେ ଶିକ୍ଷକ ନ ଦେବାରୁ ଜିଲା ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇଥିଲେ। ଜିଲା ଶିକ୍ଷା ଅଧିକାରୀ ମଧ୍ୟ ବିଦ୍ୟାଳୟରେ ଶିକ୍ଷକ ନଥିବା ହୃଦୟଙ୍ଗମ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ଦେବାକୁ ଜଣାଇଥିଲେ। ତଥାପି ବିଦ୍ୟାଳୟରେ କୌଣସି ଶିକ୍ଷକ ନ ଦେବାରୁ ବାଧ୍ୟ ହୋଇ ପୁଣି ଥରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କୁ ଭେଟି ଶିକ୍ଷକ ଯୋଗାଇବାକୁ ଲିଖିତ ଦେବାପରେ ୧୫ ଦିନ ଭିତରେ ୨ ଜଣ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

- Advertisement -

ଅନ୍ୟପଟେ ପ୍ରତିଶ୍ରୁତି ପରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟରେ ଶିକ୍ଷକ ନ ଦେବାରୁ ବାଧ୍ୟ ହୋଇ ବିଦ୍ୟାଳୟରେ ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକ ମିଶି ବିଦ୍ୟାଳୟ ବାହାରେ ହୋ ହାଲ୍ଲା କରିବାସହ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନଙ୍କୁ ନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ଜଗି ରହିଥିଲେ। ଆସନ୍ତା ୨ ଦିନ ଭିତରେ ଶିକ୍ଷକ ଯୋଗାଇ ଦିଆ ନ ଗଲେ ବିଦ୍ୟାଳୟରେ ସମ୍ପୂର୍ଣ୍ଣ ତାଲା ପକାଇବା ସହ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ନ ଛାଡିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କୁ ପଚାରିବାରୁ, ବିଦ୍ୟାଳୟକୁ ୨ ଜଣ ଶିକ୍ଷକ ଦିଆଯାଇଛି ବୋଲି କହିଛନ୍ତି। ଯେଉଁ ଶିକ୍ଷକ ଦିଆଯାଇଛି ସେ ବିଦ୍ୟାଳୟକୁ ଯାଉନଥିବା କହିଛନ୍ତି। ତୁରନ୍ତ ୨ ଦିନ ଭିତରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ଦେଲେ ବିଦ୍ୟାଳୟରେ ତାଲା ପକାଇବା ସହ ବିଦ୍ୟାଳୟକୁ ପିଲା ନ ଛାଡିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନରା କହଁର, ପଦ୍ମିନୀ କହଁର, ୱାର୍ଡ ସଭ୍ୟା, ସୁମିତ୍ରା କହଁର, ଜୟଦେବ ମଲିକ, ସଞ୍ଜୀବ କୁମାର ଦିଗାଲ, ଲଛମନ କହଁରଙ୍କ ସମେତ ଗ୍ରାମବାସୀ କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories