www.samajalive.in
Monday, December 15, 2025
17.1 C
Bhubaneswar

ଧାମରା ୟୁକୋ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳିତ

ଧାମରା :ଧାମରା ଠାରେ ଥିବା ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରହରି ମଲିକ ଯୋଗଦେଇ ଧାମରା ଅଞ୍ଚଳରେ ୟୁକୋ ବ୍ୟାଙ୍କ ଦୀର୍ଘ ୪୫ବର୍ଷ ହେବ ଧାମରା ଆଠ ପଂଚାୟତରେ ସେବା ଯୋଗାଇବା ସହ ସମସ୍ତ ଗ୍ରାହକମାନଙ୍କ ସହ ସୁସମ୍ପର୍କ ସ୍ଥାପନା କରିଆସିବା ସହ ସବୁବେଳେ ଗ୍ରାହକଙ୍କୁ କିପରି ସେବା ଯୋଗାଇଲେ ଆଗାମୀ ଦିନରେ ବ୍ୟାଙ୍କ ସହ ବାଣିଜ୍ୟିକ ସମ୍ଭନ୍ଧ ବଢିପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଏହି ବ୍ୟାଙ୍କର ପରିସୀମା ବ୍ୟାପକ କରାଯିବା ଉଚିତ ବୋଲି ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଆଜିର ଏହି ଦିବସରେ ଶାଖା ପରିଚାଳକ ସଭାଟିକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଙ୍କ ଶାଖାର ସତ୍ୟଶିବ ପଣ୍ଡା, ଶୁଭଙ୍କର ମିଶ୍ର, ସୌମ୍ୟରଞନ ବିଶ୍ୱାଳ, ପ୍ରତାପ କୁମାର ବେହୁରା, ଅମୁଲ୍ୟ କୁମାର ବେହୁରା, ସସ୍ମିତା ନାୟକ, ପ୍ରଦ୍ୱୀପ ନାୟକ, ସୁବାଶ ମହାଳିକ ସମାଜସେବୀ ପିତାମ୍ବର ଦାସ, ସଦାନନ୍ଦ ବିଶ୍ୱାଳ, ଖଗେଶଯବର ନାୟକ, ଭାଗିରଥି ସାମଲ, ଚନ୍ଦ୍ରକାନ୍ତ ବଳ, ଶରତ ମଳିକ ଙ୍କ ସମେତ ବହୁ ଗ୍ରାହକ ଯୋଗ ଦେଇ ବ୍ୟାଙ୍କ ଯୋଗାଇ ଦେଉଥିବା ସେବା ବିଷୟରେ ବକ୍ତବ୍ୟ ରଖିଥିଲେ। ଶେଷରେ ସହକାରୀ ପରିଚାଳକ ଶୁଭଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories