www.samajalive.in
Sunday, December 14, 2025
17.1 C
Bhubaneswar

କେନାଲ ପାଣିକୁ ନେଇ ଦ୍ଵନ୍ଦ୍ବରେ ଚାଷୀ, ମଇ ମାସ ଯାଏଁ ପାଣି ଦେବାକୁ ଦାବି

ପାଟଣା : ରାଜ୍ୟ ସରକାର ଧାନର ଏମଏସପି ସାଙ୍ଗକୁ ଅତିରିକ୍ତ ୮ ଶହ ଟଙ୍କା ବୋନସ ଦେବା ପରେ ଏବେ ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଚାଷୀ ମାନେ ରବି ଋତୁରେ ମଧ୍ୟ ଧାନ ଚାଷ ପାଇଁ ଆଗ୍ରହୀ ଅଛନ୍ତି। ମାତ୍ର ଲାଇଟ କ୍ରପ ବା ସୂର୍ଯ୍ୟମୁଖୀ ,ସୋରିଷ ଆଦି ତୈଳବୀଜ ଜାତୀୟ ଚାଷ ପାଇଁ କାନଝରୀ କେନାଲର ଡାହାଣ ପଟ କେନାଲରେ ଚଳିତ ବର୍ଷ ଗତ ୨୮ ଡିସେମ୍ବରରୁ ପାଣି ଛଡ଼ାଯାଇଛି। ଯାହା ଫଳରେ ତୋରାଣୀପୋଖରୀ , କାଠବାରି ,ସରାସ ପଶି ,ଭୋଳବେଡା ଆଦି ପଞ୍ଚାୟତ ଯେଉଁ ଚାଷୀ ସୂର୍ଯ୍ୟମୁଖୀ ସୋରିଷ କରିଛନ୍ତି ସେମାନେ ତ ପାଣି ପାଉଛନ୍ତି କିନ୍ତୁ ବହୁ ପାଣି ଖାଲି ବିଲରେ ମାଡି ନଷ୍ଟ ହେଉଛି।

ଲୋକେ ରବି ଋତୁରେ ଧାନଚାଷ ପାଇଁ ଆଗ୍ରହୀ ଥିଲେ ମଧ୍ୟ ପାଣି କେବେ ଯାଏ ଦିଆଯିବ ତାହା ଜଳସେଚନ ବିଭାଗ ସ୍ପଷ୍ଟ କରିନାହିଁ। ଲାଇଟ କ୍ରପ ବାଦ ଖାଲି ପଡିଥିବା ବିଲରେ ପାଣି ଜମି ସନ୍ତସନ୍ତିଆ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି। ବର୍ଷେ ବାମ ପଟ କେନାଲରେ ପାଣି ଛଡ଼ାଯାଉଥିବାବେଳେ ବର୍ଷେ ଡାହାଣ ପଟ କେନାଲରେ ପାଣି ଛଡ଼ାଯାଉଛି। ଚଳିତ ବର୍ଷ ଡାହାଣ ପଟ କେନାଲରେ ପାଣି ଛଡା ଯାଉଥିବାରୁ ଏହାକୁ ମଇ ମାସ ପର୍ଯ୍ୟନ୍ତ ଦିଆଯିବା ଓ କୃଷି ବିଭାଗ ଅଞ୍ଚଳରେ ଚାଷୀ ମାନଙ୍କୁ ଧାନଚାଷ ପାଇଁ ସୁଯୋଗ ଦେବାକୁ ଏହି ସବୁ ପଞ୍ଚାୟତ ବାସୀ ଦାବି କରିଛନ୍ତି। ଏପରିକି ରାଜ୍ୟରେ ରବି ଋତୁରେ ଧାନ ଚାଷ ପାଇଁ ମଣ୍ଡି ବ୍ୟବସ୍ଥା ଥିବାବେଳେ ରବି ଋତୁରେ ଉତ୍ପାଦିତ ଧାନ ଫସଲ ଖରିଦ ପାଇଁ ଢେଙ୍କିକୋଟ , ପିପିଳିଆରେ ମଣ୍ଡି ବ୍ୟବସ୍ଥା କରାଯିବାକୁ ଏହି ସବୁ ପଞ୍ଚାୟତ ବାସୀଙ୍କ ଦ୍ଵାରା ଦାବି ହୋଇଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories