www.samajalive.in
Saturday, December 6, 2025
16.1 C
Bhubaneswar

୨୦ ଖଣି କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ ହୋଇଛି। ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଖଣିରେ କାର୍ଯ୍ୟ କରୁଥିବା ୨୦ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହି ଘଟଣାରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଅଧିକାରୀ ହମାୟୁନ ଖାନ ନାସିର କହିଛନ୍ତି ଯେ, ଡକୀ ଜିଲାରେ ଥିବା କୋଇଲା ଖଣି ନିକଟରେ କର୍ମଚାରୀମାନେ ରହୁଥିଲେ। ବନ୍ଧୁକଧାରୀମାନେ ଗୁରୁବାର ବିଳମ୍ବିତ ରାତିରେ ସେହି ଅଞ୍ଚଳରେ ପହଞ୍ଚି କର୍ମଚାରୀମାନଙ୍କ ଘରକୁ ଘେରି ଯାଇଥିଲେ। ପରେ ଘର ଭିତରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକ ବାଲୋଚିସ୍ତନାର ପସ୍ତୁନ ଭାଷୀ ଅଞ୍ଚଳର। ମୃତକଙ୍କ ମଧ୍ୟରୁ ୩ ଜଣ ଏବଂ ଆହତଙ୍କ ମଧ୍ୟରେ ୪ ଆଫଗାନିସ୍ତାନ ନାଗରିକ ରହିଥିବା ସୂଚନା ମିଳିଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories