www.samajalive.in
Monday, December 15, 2025
24.1 C
Bhubaneswar

ୟୁପିରେ ଏସ୍‌ପି-କଂଗ୍ରେସ ମେଣ୍ଟ ଅତୁଟ: ଅଖିଳେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କଂଗ୍ରେସ ସହିତ ସମାଜବାଦୀ ପାର୍ଟି (ଏସ୍‌ପି)ର ​‌ମେଣ୍ଟ ଅତୁଟ ରହିଛି। ଆଗାମୀ ଦିନରେ ରାଜ୍ୟ ବିଧାନସଭା ଉପନିର୍ବାଚନରେ ଦୁଇ ଦଳ ଏକାଠି ହୋଇ ଲଢିବେ ବୋଲି ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି। ବୁଧବାର ଅଖିଳେଶ ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ଦୁଇ ଦଳର ମେଣ୍ଟ ଭାଙ୍ଗିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ରାଜ୍ୟର ୧୦ଟି ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଏସ୍‌ପି ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ପ୍ରାର୍ଥୀ ଘୋଷଣା ସମ୍ପର୍କରେ କଂଗ୍ରେସ ସହିତ ଏସ୍‌ପି କୌଣସି ପ୍ରକାର ଆଲୋଚନା କରି ନଥିଲା। ଗୁରୁବାର ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦ୍ବିତୀୟ ଶ୍ରାଦ୍ଧଦିବସ ଉତ୍ସବ ଅବସରରେ ଅଖିଳେଶ ରାଜ୍ୟରେ ‘ଇଣ୍ଡି’ ମେଣ୍ଟ ଭାଙ୍ଗିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଇଣ୍ଡି ମେଣ୍ଟ ଅତୁଟ ରହିଛି। ଆଗାମୀ ଉପନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ କରି ଏସପି ନିର୍ବାଚନ ଲଢିବ। ଏସ୍‌ପି ପ୍ରାର୍ଥୀ ଘୋଷଣା କରି ନଥିବା ଅବଶିଷ୍ଟ ୪ଟି ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। ମାତ୍ର ଏ ସମ୍ପର୍କରେ କଂଗ୍ରେସ କିଛି ନିଷ୍ପତ୍ତି ନେଇ ନାହିଁ। ବୁଧବାର ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କହିଥିଲେ ଯେ ଉପନିର୍ବାଚନରେ ଏସ୍‌ପି ନିଜର ପ୍ରାର୍ଥୀ ଘୋଷଣା ନେଇ ସମନ୍ବୟ କମିଟିରେ କୌଣସି ପ୍ରକାର ଆଲୋଚନା କରି ନାହିଁ। ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗରେ କି ପ୍ରକାର ନିଷ୍ପତ୍ତି ନେଉଛି ତାହା ଦେଖିବାର ଅଛି। ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟ ଧର୍ମରୁ ଓହରି ଏକାକୀ ନିର୍ବାଚନ ଲଢି ପରାଜୟ ବରଣ କରିବା ପରେ ଏହାର ସହଯୋଗୀ ଦଳଗୁଡିକ କ୍ଷୁବ୍ଧ ହୋଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories