www.samajalive.in
Sunday, December 7, 2025
14.1 C
Bhubaneswar

ମାଣିକେଶ୍ଵରୀଙ୍କ ଛତର ଯାତ୍ରା ଆରମ୍ଭ

ଭବାନୀପାଟଣା: ଆଜି ମହାନବମୀ ତିଥିରେ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଳନ କରାଯାଉଛି। ଗୁରୁବାର ରାତିରେ ମନ୍ଦିରରେ ସନ୍ଧି ପୂଜା ପରେ ମା’ଙ୍କ ପ୍ରତୀକ ଛତରକୁ ସହର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ପୂଜା ପରେ ଭୋର୍ ୪ଟା ୩୯ ମିନିଟରେ ମା’ଙ୍କ ଛତର ମନ୍ଦିର ଅଭିମୁଖେ ବାହାରିଛନ୍ତି। ସକାଳ ୭ଟା ସୁଦ୍ଧା ଆରଇଓ କଲୋନୀ ୟୁପି ସ୍କୁଲ୍ ନିକଟରେ ମା’ଙ୍କ  ଛତର ପହଞ୍ଚିଛନ୍ତି। ମନ୍ଦିର କୁ ମା’ଙ୍କୁ ପାଛୋଟି ନେବାକୁ ବହୁ ସଂଖ୍ୟାରେ ଘୁମୁରା, ବଜାସାଲ, ଘଣ୍ଟ ଘଣ୍ଟା ଦଳ ଏହି ପଟୁଆରରେ ସାମିଲ୍ ହେଇଛନ୍ତି।  ରାଜରାସ୍ତାରେ ମା’ଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲା ବାହାରୁ ଲକ୍ଷାଧିକ ଭକ୍ତ ଭବାନୀପାଟଣାରେ ଏକତ୍ରିତ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଆଜି ମନ୍ଦିରରେ ଛତର ପହଞ୍ଚିବା ପରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ। ପରେ ମା’ ମାଣିକେଶ୍ଵରୀ ନିଜେ ନୂଆଁ ଖାଇବା ସହିତ କଳାହାଣ୍ଡି ରାଜ ପରିବାର ଓ ବାବୁ ପରିବାରର ସଦସ୍ୟ ନୂଆଁ ଖାଇବାର ପରମ୍ପରା ରହିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories