ଦୁର୍ଗା ପୂଜା ପେଣ୍ଡାଲର ଭଡା ଛାଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡା ଛାଡ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡା ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହା ଫଳରେ ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ନିମନ୍ତେ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ରାଜଧାନୀରେ ପ୍ରାୟ ୧୦ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି।

Comments are closed.