www.samajalive.in
Monday, December 8, 2025
13.1 C
Bhubaneswar

ସାପ ପାଇଁ ମାଗୁଥିଲେ ୫ କୋଟି, ଗ୍ରାହକ ବେଶରେ ଯାଇ ମାଡ଼ି ବସିଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ସାପର ଦାମ ୫ କୋଟି। ଏକ ବିରଳ ସାପ ଚାଲାଣ ସମୟରେ ଦଲାଲମାନେ ଗ୍ରାହକଙ୍କୁ ସାପ ବଦଳରେ ୫ କୋଟି ଟଙ୍କା ମାଗୁଥିଲେ। ହେଲେ ଗ୍ରାହକ ଥିଲେ ଖୋଦ ପୁଲିସ କର୍ମଚାରୀ। ଚାଲାଣକାରୀଙ୍କୁ ରେଡ୍‌ ହ୍ୟାଣ୍ଡେଡ ଧରିଥିଲା ପୁଲିସ।

ଘଟଣାଟି ମୁମ୍ବାଇର। ଏଠାରେ ସାପ ଚାଲାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିରଳ ପ୍ରଜାତିର ସାପଙ୍କୁ ବାହାର ରାଜ୍ୟ ଏବଂ ଦେଶକୁ ଚାଲାଣ କରାଯାଉଛି। ଏମିତି ଏକ ଗ୍ୟାଙ୍ଗକୁ ଧରିବା ଲାଗି ପୁଲିସ ଜାଲ ବିଛାଇଥିଲା।​‌ ଶେଷରେ ଗ୍ୟାଙ୍ଗର କିଛି ଅଭିଯୁକ୍ତଙ୍କୁ ଧରିବା ସହିତ ସେମାନଙ୍କଠାରୁ ରେଡ୍‌ ସ୍ୟାଣ୍ଡ ବୋଆ(ବୋଡ଼ା ସାପର ଏକ ପ୍ରଜାତି)କୁ ଉଦ୍ଧାର କରିଥିଲା। ଏହି ସାପ ଔଷଧ ପ୍ରସ୍ତୁତି ଏବଂ ବ୍ଲାକ ମ୍ୟାଜିକ ପାଇଁ ବ୍ୟବହାର କରାଯାଇଥାଏ। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଯୋଜନା କରିଥିଲା। ପୁଲିସ କର୍ମଚାରୀମାନେ ନିଜେ ଗ୍ରାହକ ସାଜି ପହଞ୍ଚିଥିଲା। ୫ କିଲୋଗ୍ରାମ ଓଜନର ସାପକୁ ଦଲାଲମାନେ ୫ କୋଟି ଟଙ୍କା ମାଗିଥିଲେ। ଏହା ପରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories