www.samajalive.in
Sunday, December 7, 2025
26.1 C
Bhubaneswar

୮୨ ବର୍ଷରେ ଅମିତାଭ ବଚ୍ଚନ; ଛୁଟୁଛି ଶୁଭେଚ୍ଛାର ସୁଅ

ସମାଜ ଡିଜିଟାଲ ଡେସ୍କ: ୮୨ବର୍ଷରେ ପାଦ ଥାପିଛନ୍ତି ବଲିଉଡ ତଥା ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନ। ଜନ୍ମଦିବସ ଅବସରରେ ବିଗ୍‌‌ ବିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଆଜି ବି ତାଙ୍କ ଅଭିନୟର ଯାଦୁରେ ଦର୍ଶକ ବାନ୍ଧି ହୋଇରହିଛନ୍ତି। ଆକ୍ସନ, ରୋମାନ୍ସ, କମେଡି, ଟ୍ରାଜେଡି ଭଳି ସବୁ ପ୍ରକାର ଫିଲ୍ମରେ ଅମିତାଭ ଅଭିନୟ କରିଛନ୍ତି। ଯେଉଁମାନେ ଜୀବନରେ ଅସଫଳତା ପାଇବାପରେ ନିଜକୁ ଯୋଗ୍ୟ ବୋଲି ଭାବନ୍ତି ନାହିଁ ସେମାନଙ୍କ ପାଇଁ ବିଗ୍‌‌ ବି ହେଲେ ବଡ ଉଦାହରଣ। ଆଜି ସେ ଯେଉଁଠାରେ ବି ପହଞ୍ଚିଛନ୍ତି ତାହାକୁ ପାଇବା ପାଇଁ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ଫିଲ୍ମ ସାତ୍‌‌ ହିନ୍ଦୁସ୍ତାନୀରୁ କ୍ୟାରିୟର ଆରମ୍ଭ କରିଥିବା ବିଗ୍‌‌ ବି ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୫ଦଶନ୍ଧୀ ଧରି ସେ ଦଶର୍କଙ୍କ ହୃଦୟରେ ରାଜ କରୁଛନ୍ତି। ଆନନ୍ଦ ଫିଲ୍ମରେ ରାଜେଶ ଖାନ୍ନାଙ୍କ ସହ ଅଭିନୟ କରି ବେଶ ସଫଳତା ପାଇବା ସହ ଏହି ଫିଲ୍ମ ପାଇଁ ବିଗ୍‌‌ ବିଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆୱାର୍ଡ। ୧୯୭୩ରେ ଫିଲ୍ମ ଜଞ୍ଜିର ରିଲିଜ ହେବା ପରେ ସଫଳତାର ସିଡି ଚଢିବାରେ ଲାଗିଥିଲେ ଅମିତାଭ। ରାତାରାତି ପାଲଟିଯାଇଥିଲେ ସୁପରଷ୍ଟାର।
ଅମିତାଭ ନିଜ ଜୀବନରେ ସବୁବେଳେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିଲେ। ନିଜ ପିତାମାତାଙ୍କଠାରୁ ସେ ଯାହା ପାଇଥିଲେ ସେଥିପାଇଁ ସେ ନିଜକୁ ଗର୍ବିତ ମନେ କରୁଥିଲେ ଏବଂ ଖୁସିରେ ସମସ୍ତଙ୍କ ସହ ସେୟାର କରିଥିଲେ। କେବିସି ମଞ୍ଚରେ ଏଭଳି ଅନେକ ମୁହୂର୍ତ୍ତ ବିଗ୍‌‌ ବି ସେୟାର କରିଛନ୍ତି।, ଯାହା ସମ୍ପର୍କର ଗଭୀରତାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରିଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories