www.samajalive.in
Wednesday, November 19, 2025
29.1 C
Bhubaneswar

‘ଭୁଲ୍‌‌ ଭୁଲେୟା-୩’ ଟ୍ରେଲର ରିଲିଜ; ଦୁଇ ମଞ୍ଜୁଲିକାଙ୍କ ସହ ହେବ କାର୍ତ୍ତିକଙ୍କ ସାମ୍ନା

ନୂଆଦିଲ୍ଲୀ: ୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲର ରିଲିଜ ହୋଇଛି। ବଲିଉଡ ଷ୍ଟାର କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଟ୍ରେଲରରେ ବିଦ୍ୟା ବାଲାନ, ତୃପ୍ତି ଡିମରି, ମାଧୁରୀ ଦୀକ୍ଷିତ, ରାଜପାଲ ଯାଦବଙ୍କୁ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ହେବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଫିଲ୍ମର ପ୍ରଯୋଜକ ଭୂଷଣ କୁମାର ଓ ନିର୍ଦ୍ଦେଶକ ଅନୀସଙ୍କ ଉପସ୍ଥିତିରେ ଜୟପୁରର ରାଜ ମନ୍ଦିର ସିନେମା ହଲରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି। ହରର-କମେଡି ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ରୁହ ବାବା ଭୂମିକାରେ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ରୁହ ବାବାଙ୍କୁ ଗୋଟିଏ ନୁହେଁ ବରଂ ଦୁଇ ଜଣ ମଞ୍ଜୁଲିକାଙ୍କୁ ସାମ୍ନା କରିବାକୁ ପଡ଼ିବ। ଟ୍ରେଲରରେ ବିଦ୍ୟା ବାଲନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ ମଞ୍ଜୁଲିକା ଭୂମିକାରେ ନଜର ଆସିଛନ୍ତି।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories