www.samajalive.in
Saturday, December 6, 2025
14.1 C
Bhubaneswar

ହରିୟାଣାରେ କଂଗ୍ରେସ ହାରିବା ପରେ ପ୍ରତିକ୍ରିୟା ରଖିଲେ ରାହୁଲ

ସମାଜ ଡିଜିଟାଲ ଡେସ୍କ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟବରଣ କରିଛି। ୯୦ ବିଧାନସଭା ଆସନରୁ ବିଜେପି ୪୮ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୩୭ ଆସନ ଅକ୍ତିଆର କରିଛି। ଏହି ପରାଜୟ ପରେ ପ୍ରଥମ କରି ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ହରିୟାଣାରେ କଂଗ୍ରେସ ବିଜୟୀ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରିଥିଲେ। କିନ୍ତୁ ଦଳକୁ ଅପ୍ରତ୍ୟାଶିତ  ପରାଜୟ ମିଳିଛି। ହେଲେ ରାହୁଲ ଏହାକୁ ପ୍ରତ୍ୟାଶିତ ବୋଲି କହିଛନ୍ତି।

ରାହୁଲ କହିଛନ୍ତି, ଦଳର ପରାଜୟ କ’ଣ ପାଇଁ ହେଲା ତାହାର ବିଶ୍ଳେଷଣ ଚାଲିଛି। ଦଳୀୟ କର୍ମକର୍ତ୍ତାମାନେ ନିରବଚ୍ଛିନ୍ନ ଭାବେ କଠିନ ପରିଶ୍ରମ କରିଥିଲେ। ସେଥିପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି ବୋଲି ରାହୁଲ କହିଛନ୍ତି। ସେ ଜାମ୍ମୁ-କାଶ୍ମୀର ଲୋକଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି। ଏଠାରେ ଇଣ୍ଡି ମେଣ୍ଟର ବିଜୟ, ସମ୍ବିଧାନର ବିଜୟ ବୋଲି ରାହୁଲ କହିବା କହିବା ସହିତ ହରିୟାଣା ଫଳାଫଳ ନେଇ ସେ ନିର୍ବାଚନ ଆୟୋଗଙ୍କୁ ଭେଟିବେ ବୋଲି ଜଣାଇଛନ୍ତି। କେତେକ ଆସନରେ ଅନିୟମିତତା ହୋଇଥିବା ନେଇ ଖବର ମିଳିଥିବାରୁ ସେ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ ବୋଲି ରାହୁଲ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories