www.samajalive.in
Monday, December 15, 2025
16.1 C
Bhubaneswar

ଅନଲାଇନରେ ଦଉଡ଼ି ମଗାଇ ଆତ୍ମହତ୍ୟା କଲେ ପିଏଚଡି ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ଆଇଆଇଟି କାନପୁର ଛାତ୍ରୀନିବାସରେ ରହୁଥିବା ଜଣେ ପିଏଚଡି ଛାତ୍ରୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ନାଁ ହେଉଛି ପ୍ରଗତି ଖାରୟା। ନିଜ ରୁମରେ ସିଲିଂ ହୁକରେ ଦଉଡ଼ି ବାନ୍ଧି ସେଥିରେ ଝୁଲିପଡ଼ିଛନ୍ତି ପ୍ରଗତି। ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ତେବେ ପ୍ରଗତି ଯେଉଁ ଦଉଡ଼ିରେ ଆତ୍ମହତ୍ୟା କରିଛନ୍ତି ତାହାକୁ ସେ ଅନଲାଇନରେ ଅର୍ଡର କରିଥିଲେ। କାରଣ ତାଙ୍କ ରୁମରୁ ମିଳିଥିବା ଏକ ପ୍ୟାକେଟରୁ ଏହା ଜରାପଡ଼ିଛି। କ’ଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନ ଥିବାବେଳେ ଗତ ୧ ବର୍ଷ ମଧ୍ୟରେ ଏହା ୪ର୍ଥ ଘଟଣା। ପୂର୍ବରୁ ମଧ୍ୟ ଅନୁରୂପ ୩ଟି ଘଟଣା ଘଟିସାରିଛି। ଗୁରୁବାର ସକାଳେ ପ୍ରଗତି କ୍ଲାସକୁ ଯାଇ ନ ଥିଲେ। ଫଳରେ ସାଙ୍ଗମାନେ ତାଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଫୋନ ଉଠାଇ ନ ଥିଲେ। ଏ ସମ୍ପର୍କରେ ସେମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପ୍ରଗତିଙ୍କ ମୋବାଇଲ ଫୋନ ଜବତ କରିଛି, ଯେଉଁଥିରୁ ଆତ୍ମହତ୍ୟାର କାରଣ ବିଷୟରେ ଜଣାପଡ଼ିପାରେ ବୋଲି ଆଶା କରାଯାଉଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories