ସମାଜ ଡିଜିଟାଲ ଡେସ୍କ: ଶାରଦୀୟ ଦୁର୍ଗାପୂଜାରେ ଆଜି ପୀଠରେ ଚାଲିଛି ମହାନବମୀ ଓ ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା କରାଯାଉଛି। ଆଜି ଅନେକ ଶ୍ରଦ୍ଧାଳୁ ମହାଷ୍ଟମୀ ଉପବାସ କରି ଦେବୀଙ୍କ ଆରାଧନା କରୁଛନ୍ତି। ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ମାନେ ବ୍ରତ ପୂଜା କରିବାକୁ ଭିଡ ଲଗାଇଛନ୍ତି। ଘଣ୍ଟଘଣ୍ଟା, ଶଙ୍ଖ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ। କଟକ-ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ଧୁମଧାମରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି। ଆକର୍ଷିତ କରୁଛି ସୁଉଚ୍ଚ ତୋରଣ ଓ ସାଜସଜ୍ଜା। ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ଭକ୍ତି ଭାବରେ ମାଙ୍କୁ ଦର୍ଶନ କରୁଛନ୍ତି ଶହଶହ ଶ୍ରଦ୍ଧାଳୁ।



