www.samajalive.in
Monday, December 8, 2025
17.1 C
Bhubaneswar

ଆସୁଛି ରୋବୋଟାକ୍ସି; ଚାଳକ ବିନା ଚାଲିବ କାର, ଦାମ ବି ରହିଛି କମ୍‌

ସମାଜ ଡିଜିଟାଲ ଡେସ୍କ: ରୋବୋଟ ଚଳାଇବ ଗାଡ଼ି। ବିନା ଚାଳକରେ ଚାଲିବ କାର। ଟେସଲା ସିଇଓ ଏଲନ ମସ୍କ ଏଭଳି ଏକ ଉତ୍ପାଦ ବଜାରକୁ ଆଣୁଛନ୍ତି, ଯାହାର ନାଁ ରଖିଛନ୍ତି ସାଇବରକ୍ୟାବ। ଦୀର୍ଘଦିନ ହେବ ଏହି କାରକୁ ଗ୍ରାହକଙ୍କ ଅପେକ୍ଷା ରହିଥିଲା। ଖୁବଶୀଘ୍ର ଏହାର ଉତ୍ପାଦନ ଆରମ୍ଭ କରିବ ଟେସଲା।

ତେବେ ମସ୍କ ବର୍ତ୍ତମାନ ଏହି କାରର ଏକ ପ୍ରୋଟୋଟାଇପ ବା ଅବିକଳ ନକଲ ସର୍ବସମ୍ମୁଖକୁ ଆଣିଛନ୍ତି। କାଲିଫର୍ଣ୍ଣିଆର ବର୍‌ବ୍ୟାଙ୍କରେ ଚାଲିଥିବା ଓ୍ବି ରୋବୋଟ କାର୍ଯ୍ୟକ୍ରମରେ ଏହାକୁ ପ୍ରଦର୍ଶନ କରାଯାଇଛି। ଏହାର ମୂଲ୍ୟ ୩୦ ହଜାର ଡଲାର ବା ପ୍ରାୟ ୨୫ ଲକ୍ଷ ଟଙ୍କା ରହିବ, ଯାହାକୁ ମଧ୍ୟବିତ୍ତ ପରିବାର ବି କିଣିବାକୁ ସକ୍ଷମ ହୋଇପାରିବେ। ଟେସଲାର ମଡେଲ ୩ କାରଠାରୁ ଏହାର ମୂଲ୍ୟ କମ୍। ମଡେଲ ୩ର ଦାମ ୪୨ ହଜାର ଡଲାର ରହିଛି। ସାଇବରକ୍ୟାବ ମୂଲ୍ୟ ଯଦିଓ ୨୫ ଲକ୍ଷ ରଖାଯାଇଛି, ଏହାର ବଜାର ପ୍ରବେଶ ସମୟରେ ଏଥିରେ ବୃଦ୍ଧି କରାଯାଇପାରେ। କାରଣ ପୂର୍ବରୁ ବି ଟେସଲା ଏଭଳି କରିସାରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories