ପିଜିଟି ଲିଖିତ ପରୀକ୍ଷା ବାତିଲ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ଲିଖିତ ପରୀକ୍ଷା ବାତିଲ ହୋଇଛି। ନିର୍ଦ୍ଧାରିତ ହୋଇଥିବା ଅକ୍ଟୋବର ୬ ତାରିଖ ପିଜିଟି ନିଯୁକ୍ତି ନେଇ ୩ଟି ବର୍ଗର ଲିଖିତ ପରୀକ୍ଷାକୁ ଓପିଏସସି ବାତିଲ କରିଛି । ପଦାର୍ଥ ବିଜ୍ଞାନ, ଗଣିତ ଏବଂ ଓଡ଼ିଆ ବିଷୟର ଅପ୍ସନାଲ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ କରିଛନ୍ତି ଓପିଏସସି ସଂପାଦକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ। ଆଜି ବାତିଲ ପରୀକ୍ଷାଗୁଡ଼ିକ କେବେ ହେବ ସେନେଇ ପରବର୍ତ୍ତୀ ସମୟରେ  ବିଜ୍ଞପ୍ତି ପ୍ରକାଶ ପାଇବ।

Comments are closed.