www.samajalive.in
Thursday, December 11, 2025
15.1 C
Bhubaneswar

ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର ୩  ଆହତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଅଟୋ ଓଲଟି ତିନି  ଜଣ ଆହତ ହୋଉଥବା ବେଳେ ଅଟୋ ଚାଳକ  ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଗୁରୁତର ଆହତ ଅଟୋ ଚାଳକ ଜଣଙ୍କ ହେଲେ ପଦ୍ମପୁର ଗ୍ରାମର ବିଜୟ ନାୟକ ଏବଂ ସାମାନ୍ୟ ଆହତ ହୋଇଥିବା ତିନି ଜଣ ମହିଳା ରଣ୍ଢା ହରିଜନ ସାହିର ବୋଲି ଜଣା ପଡିଛି।   ସୂଚନା ଅନୁଯାଇ ରବିବାର ସନ୍ଧ୍ୟା ୬ଟା ସମୟରେ ବ୍ରହ୍ମପୁର ପଟୁ ରଣ୍ଢା ହରିଜନ ସାହିକୁ ମହିଳା ଶ୍ରମିକ ମାନଙ୍କୁ ନେଇ ଅଟୋ ନଂ (ଓଡି ୦୭ଏୟୁ ୬୬୭୮) ଦ୍ଵାରା ଆସୁଥିବା ସମୟରେ ରଣ୍ଢା ଛକ ନିକଟରେ ବୁଲାଣି ବେଳେ ସେହି ସମୟରେ ଏକ ବୋଲେରୋ ଯାହାର ନଂ (ଓଡି ୦୨ଏଏନ୍ ୮୫୭୩) ରାସ୍ତା ମଝିରେ ଠିଆ ହୋଇଥିଲା।
ଠିକ୍ ଏହି ସମୟରେ ଏକ ଟ୍ରକ ଯାହାର ନଂ (ଟି ଏନ୍ ୪୬ଏସି ୨୯୨୨)ଆସି ପଛରୁ  ଅଟୋକୁ ଧକ୍କା ଦେଇଥିଲା ଅଟୋଟି ଭାରସାମ୍ୟ ହରାଇ ଠିଆ ହୋଇଥିବା ବୋଲେରୋକୁ ଧକ୍କା ଦେଇ ରାସ୍ତାରେ ଥିବା ବାରିକେଟକୁ ବାଜି ଓଲଟି ପଡ଼ିଥିଲା। ଫଳରେ ଅଟୋ ଚାଳକ ବିଜୟ ନାୟକ ଡିଭାଇଡରକୁ ପିଟି ହୋଇ ମୁଣ୍ଡ ଓ ହାତରେ ଗଭୀର ଆଘାତ  ଲାଗି ଗୁରୁତର ଆହତ  ହେଇଥିଲେ। ଅଟୋରେ ବସିଥିବା  ତିନିଜଣ ମହିଳା ଆହାତ ମଧ୍ୟ ଆହତ ହୋଇଥିଲେ ।
ରାଜପଥରେ ମାଲବାହୀ ଟ୍ରକ ଅଟକି ରହିବା ସହ କିଛି  ସମୟ ପାଇଁ ଜାତୀୟ ରାଜପଥ ଜାମ ହୋଇଯାଇ ଥିଲା। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଆହାତମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ନେଇଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ପହଞ୍ଚି ରାସ୍ତାରେ ଅଟକି ରହିଥିବା ଗାଡ଼ିକୁ ହଟାଇ ଥିଲେ। ଅଟୋ, ବୋଲେରୋ, ଟ୍ରକକୁ ପୁଲିସ  ଜବତ କରିବା ସହ ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories