www.samajalive.in
Sunday, December 14, 2025
26.1 C
Bhubaneswar

ବୟସ୍କଙ୍କ ପାଇଁ ଯକ୍ଷ୍ମା ପ୍ରତିଶେଧକ ବିସିଜି ଟୀକାକରଣ , ସଚେତନତା ରଥ ଉଦଘାଟିତ

ଗୁରୁଡିଝାଟିଆ:  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଆଜି ପ୍ରଥମ କରି ବୟସ୍କ ଲୋକମାନଙ୍କୁ ଯକ୍ଷ୍ମା ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବିସିଜି ଟୀକାକରଣ କରାଯାଇଛି। ଏହି ଅବସରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସଚେତନତା ରଥକୁ ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଉଦଘାଟନ କରିଥିଲେ।

୬୦ବର୍ଷରୁ ଅଧିକ ମହିଳା ଓ ପୁରୁଷ ଯକ୍ଷ୍ମାରୋଗରେ ଆକ୍ରାନ୍ତ ବ୍ୟକ୍ତି ,ମଧୁମେହରୋଗରେ ଆକ୍ରାନ୍ତ ଜନସାଧାରଣ, ଯକ୍ଷ୍ମାରୋଗୀର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସହିତ ଯେଉଁମାନେ ପୂର୍ବରୁ ଯକ୍ଷ୍ମାରୋଗରେ ଆକ୍ରାନ୍ତ ସେମାନଙ୍କୁ ପ୍ରାଥମିକ ସ୍ତରରେ ଯକ୍ଷ୍ମାରୋଗରୁ ଦୂରେଇ ରଖିବା ପାଇଁ ବିସିଜି ଟୀକା ଦିଆଯିବା ଓ ଏହାର ଉପକାରୀତା ସଂପକରେ ଅଧିକ୍ଷକ ଡାକ୍ତର ଦାସ ବିଶଦ ଭାବେ ବୁଝାଇଥିଲେ।

- Advertisement -

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟକର୍ମୀ ଚିନ୍ମୟୀ ପରିଜା, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ କବିତାରାଣୀ ଦାସ, ବିପିଏମ ଅପର୍ଣ୍ଣା ମହାପାତ୍ର, ସ୍ୱାସ୍ଥ୍ୟ ପରିଦର୍ଶିକା ଚିଲିକା ସ୍ୱାଇଁ ସହିତ ଅଙ୍ଗନୱାର୍ଡି କର୍ମୀ,ଆଶାକର୍ମୀ ଓ ଗ୍ରାମର ମହିଳାମାନେ ଉପସ୍ଥିତ ଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories