www.samajalive.in
Monday, December 8, 2025
14.1 C
Bhubaneswar

ଗୀତା ଆବୃତ୍ତି ପ୍ରତିଯୋଗିତା, ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ

କଲ୍ୟାଣସିଂହପୁର: ରାଜ୍ୟ ପ୍ରଜ୍ଞାନ ମିଶନ ଦ୍ୱାରା ଆୟୋଜିତ ଗୀତା ଆବୃତ୍ତି ପ୍ରତିଯୋଗିତା ରାୟଗଡା ଜିଲା କଲ୍ୟାଣସିଂହପୁର ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଏଙ୍କେଟେଶ୍ୱର ପାଢୀ ପରିଚାଳନା କରିଥିଲେ। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ତିନି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଂଗୀତ ପଲକା, ଅଲୋକ କୁମାର ପଟ୍ଟନାୟକ, ଶଶିକାନ୍ତ ସେନାପତି, ସିକି ବେହେରା, ହୀରା ସ୍ବାଇଁ  ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ଶିକରପାଇ ଶିଶୁ ମନ୍ଦିର, ନାରାୟଣପୁର ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଏଥିରେ କ ବିଭଗରେ କବିର ଆଞ୍ଜରାପୁ ପ୍ରଥମ,ସାଇ ସ୍ବରପ ମୁଦୁଲି ଦ୍ୱିତୀୟ, କେ ସାହିଲ ଆଚାରୀ ତୃତୀୟ ହୋଇ ଥିଲେ। ଖ ବିଭାଗର ଶ୍ରୀୟା ବେନିଆ ପ୍ରଥମ ଓ କମଲେନି ଦଳେଇ ଦ୍ଵିତୀୟ ହୋଇଥିଲେ, ଗ ବିଭାଗ ରେ ପ୍ରଥମ ସ୍ଥାନରେ ପ୍ରିୟଦର୍ଶନି ରଥ, ଦ୍ଵିତୀୟ ମଧୁମିତା ପରିଡା ତୃତୀୟ ପ୍ରତିମା ପ୍ରାସ୍କା କୃତିତ୍ବ ହାସଲ କରିଥିଲେ।
ଏହି ପ୍ରତିଯୋଗିତା ରେ ଶଶିକାନ୍ତ ସେନାପତି, ହୀରା ସ୍ୱାଇଁ, ଆଲୋକ କୁମାର ପଟ୍ଟନାୟକ ପରୀକ୍ଷା ରେ ବିଚାରକ ଦାୟିତ୍ୱ ତୁଲାଇ ଥିଲେ।ଏହି ଆଠ ଜଣ ପ୍ରତିଯୋଗୀ ଆସନ୍ତା ମାସଜିଲ୍ଲା ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ଭାଗ ନେଇପାଇବେ ବୋଲି ବ୍ଲକ ସଂଯୋଜକ ଏଙ୍କେଟେଶ୍ୱର ପାଢୀ ପ୍ରକାଶ କରିଛନ୍ତି।ଏଥିରେ ସୁଧୀର ପ୍ରତାପ ସାହୁ, ଲଷ୍ମୀ ବାହିନୀପତି, ପ୍ରିୟରଞ୍ଜନ ବେହେରା, ଶିବନାରାୟଣ ବେହେରା,ବୈଶାଖୀ ରଥ, ସୁନିତା ବିଶ୍ଵନାଥ ସଞ୍ଜୟ କାଡ୍ରାକା ଙ୍କ ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତୁଲାଇ ଥିଲେ। ଶେଷରେ ବିଦ୍ୟାଳୟର ପଣ୍ଡିତ ଶିକ୍ଷକ ଶଶିକାନ୍ତ ସେନାପତି ଧନ୍ୟବାଦ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories