www.samajalive.in
Tuesday, December 9, 2025
16.1 C
Bhubaneswar

ମରଣଯନ୍ତା ପାଲଟିଛି ଢେଙ୍କିକୋଟ ଓଭରବ୍ରିଜ ତଳ ରାସ୍ତା

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟର ଓଭରବ୍ରିଜ ଛକ ତଳ ରାସ୍ତା ମରଣଯନ୍ତା ପାଲଟିଛି। ସର୍ଭିସ୍ ରୋଡର ଦୁଇ ପାର୍ଶ୍ଵରେ ଖାଲଖମା ସୃଷ୍ଟି ହୋଇଛି। ବର୍ଷା ସମୟରେ ଖାଲରେ ପଡ଼ି ବାଇକ ସାଇକେଲ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଢେଙ୍କିକୋଟର ସର୍ଭିସ ରୋଡ଼ରୁ ପାଟଣା – କରଞ୍ଜିଆ ରାସ୍ତା ସଂଯୋଗ ସ୍ଥଳରେ ଦୁଇ ପାର୍ଶ୍ଵରେ ଖାଲଖମା ଯାତ୍ରୀ ତଥା ଚାଳକ ମାନଙ୍କୁ ଅସୁବିଧାରେ ପକାଉଛି। ରାସ୍ତାରୁ ପିଚୁ ଏତେ ପରିମାଣରେ ଉଠି ଗଲାଣି ଯେ ଟେଲିଫୋନ କେବୁଲ ମଧ୍ୟ ଉପରକୁ ବାହାରି ପଡ଼ିବା ସହ ଯାନବାହାନ ଚକା ମାଡ଼ରେ ତାହା ମଧ୍ୟ ନଷ୍ଟ ହେଉଛି।

ଓଭରବ୍ରିଜ ନିର୍ମାଣ ସମୟରେ ସର୍ଭିସ୍ ରୋଡ ଡ୍ରେନ କାମ ସଂପୂର୍ଣ୍ଣ କରାଯାଇନଥିବା ବେଳେ ଆଜି ପର୍ଯ୍ୟନ୍ତ ମଧ୍ୟ ଡ୍ରେନ କାମ ପୂର୍ଣ୍ଣାଙ୍ଗ ହୋଇନଥିବାରୁ ଓଭରବ୍ରିଜ ତଳ ପାର୍ଶ୍ୱରେ ଆବର୍ଜନା ପଚି ସଢ଼ି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ପୁରୁଷୋତ୍ତମ ମେଡିସିନ ଷ୍ଟୋର ପାଖ ଗଳାବାଟ ସମେତ ଅନ୍ୟ ୨ଟି ଗଳାବାଟରେ ବର୍ଷା ପାଣି ଛାତରୁ ପଡ଼ିବା ସହ ଚିପ୍ସ ବାଲି ଗଳୁଥିବାରୁ ଏହା ଭୁଶୁଡ଼ିବା ଆଶଙ୍କା ମଧ୍ୟ ରହିଛି। କର୍ତ୍ତୃପକ୍ଷ ସମସ୍ୟା ପ୍ରତି ନଜର ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories