www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ୭ଟା ମୁଖ୍ୟ ଖବର

ପୁଲିସ ଡିଜି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢିଲା.. ୧୬ ଅଗଷ୍ଟ ୨୦୨୬ ଯାଏଁ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର.. ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସରକାରୀ ବିଜ୍ଞପ୍ତି ଜାରି..

ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ.. ୨୧୦୪ କୋଟି ଟଙ୍କା ମଞ୍ଜୁର..

- Advertisement -

ପିପିଲି-ନିମାପଡ଼ା ରାସ୍ତାର ହରିପୁର ନିକଟ ଭାର୍ଗବୀ ନଦୀ ବ୍ରିଜ ଉପରୁ ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁଲା ମାଆ.. ଉଭୟଙ୍କ ମୃତଦେହ ଉଦ୍ଧାର..

ଇଣ୍ଡସ ଜଳ ରାଜିନାମାରେ ସଂଶୋଧନ ପାଇଁ ପାକିସ୍ତାନକୁ ଭାରତର ନୋଟିସ.. ଦୁଇଦେଶ ମଧ୍ୟରେ ଜଳ ଆବଣ୍ଟନ ଲାଗି ୧୯୬୦ରେ ହୋଇଥିଲା ଚୁକ୍ତି..

ଛତିଶଗଡ଼ର ବଳରାମପୁର ଜିଲାରେ ପୁଲିସ କ୍ୟାମ୍ପରେ ଛତିଶଗଡ଼ ସଶସ୍ତ୍ର ବଳର ଜଣେ ଯବାନଙ୍କ ଗୁଳିରେ ଦୁଇ ଯବାନ ମୃତ, ଜଣେ ଗୁରୁତର..

ଉତ୍କଳ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ ନିଲମ୍ବିତ.. ସହକାରୀ ପ୍ରାଧ୍ୟାପକଙ୍କ ନାଁରେ ହୋଇଥିଲା ଯୌନ ନିର୍ଯାତନା ଅଭିଯୋଗ.. ଅଗଷ୍ଟ ୧୬ରେ ଘଟିଥିଲା ଘଟଣା.. ଆଇସିସି ରିପୋର୍ଟ ଆଧାରରେ କୁଳପତି କଲେ ନିଲମ୍ବିତ..

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ.. ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମଞ୍ଜୁରୀ..

ସନାତନ ମହାକୁଡଙ୍କୁ ଆଶ୍ୱସ୍ତି.. ଚମ୍ପୁଆ ବିଧାନସଭା ନିର୍ବାଚନୀ ମାମଲା ଖାରଜ କଲେ ହାଇକୋର୍ଟ..

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.. ବନ୍ୟା ପରିସ୍ଥିତି ଉଦବେଗଜନକ କହିଲେ.. ୬ଟି ବ୍ଲକରେ ୮ହଜାର ହେକ୍ଟର ଜମି ଜଳମଗ୍ନ.. ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ଅଧିକ ପ୍ରଭାବିତ.. ପାଣି ଘେରରେ ଥିବା ତଳିଆ ଅଞ୍ଚଳରୁ ୨ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି.. ଜିଲାସ୍ତରୀୟ ଅଧିକାରୀ ୨୪ଘଣ୍ଟିଆ ନଜର ରଖିଛନ୍ତି..

ଖୁବଶୀଘ୍ର କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା.. ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିଜେପି ସଭାପତି ମନମୋହନ ସାମଲ.. ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି.. ଟଙ୍କା ଫେରସ୍ତ ଆନଇ ଆଇନଗତ ତର୍ଜମା କରୁଛି କମିଟି..

ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ..

ଭରତପୁର ଥାନାରେ ମେଜରଙ୍କୁ ମାଡ ଘଟଣାରେ ୫ ପୁଲିସ୍ ନିଲମ୍ବିତ.. ୫ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନ.. ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ସସପେଣ୍ଡ, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳବୟୀ ସାହୁ ଓ ସାଗରିକା ରଥ ସସ୍‌ପେଣ୍ଡ.. କନଷ୍ଟେବଳ ବଳରାମ ହାଁସଦା ମଧ୍ୟ ନିଲମ୍ବିତ..

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା.. ରାଜଧାନୀର ପୁଲିସ ସେବା ଭବନ ଆଗରେ ଆନ୍ଦୋଳନ.. କଡା କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ ସେନା କର୍ମଚାରୀଙ୍କ ଆନ୍ଦୋଳନ.. ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି.. ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ତୀବ୍ର ନିନ୍ଦା କରିଛନ୍ତି..

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories