www.samajalive.in
Monday, December 8, 2025
14.1 C
Bhubaneswar

ଆଜି ବଳିବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  । ବାମନ ରୂପୀ ବାଳକ ରୂପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ବିଜେ କରିବେ। ଶ୍ରୀବଳଭଦ୍ରଙ୍କୁ ରାଜବେଶ ଓ ଦେବୀ ସୁଭଦ୍ରାଙ୍କୁ ସାଧାରଣ ବେଶରେ ସଜ୍ଜିତ କରାଯିବ । ତେବେ ଶ୍ରୀମନ୍ଦିରରେ ଦ୍ବିପ୍ରହର ଧୂପ ସରିବା ପରେ ଏହି ନୀତିକାନ୍ତି ଅନୁଷ୍ଠିତ ହେବ। ରବିବାର ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା। ଦାରୁବ୍ରହ୍ମଙ୍କୁ ରତ୍ନ ସିଂହାସନ ଉପରେ ବାମନ ବେଶ କରାଯାଇଥିଲା।  ପ୍ରଭୁଙ୍କର ଏହି ବେଶ ଦର୍ଶନ କରି ହଜାର ହଜାର ଭକ୍ତ ବିଭୋର ହୋଇଛନ୍ତି। ଦ୍ୱିପ୍ରହର ଧୂପ ପରେ ପୁଷ୍ପାଳକ ସେବକ ମାନେ ରତ୍ନ ସିଂହାସନ ଉପରକୁ ଯାଇଥିଲେ। ପ୍ରଭୁଙ୍କୁ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୂଜ, କିରୀଟ, କାନ, ଆଡ଼କାନି, ସୂର୍ଯ୍ୟଚନ୍ଦ୍ର, ଘାଗଡା ମାଳି, ବାହାଡ଼ା ମାଳି, ତାବିଜ ମାଳି, କଦମ୍ବ ମାଳି, ହରିଡା କଦମ୍ବ ମାଳି, ବାଘ ନଖ ମାଳି, ସେବତୀ ମାଳି, ଚନ୍ଦ୍ରିକା, ତିଳକ, ବଡ଼କିଆ, ଶ୍ରୀମୁଖ ପଦ୍ମ, କୁଣ୍ଡଳ, ଓଡ଼ିଆଣୀ ଲାଗି କରାଯାଇଥିଲା।  ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ନୂଆ ଲୁଗା ପରିଧାନ କରାଇଥିଲେ। ପ୍ରଭୁଙ୍କ ବାମନ ଜନ୍ମ ନୀତି ପାଇଁ ତିନି ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories