ଫେରିଲା ଫରେଷ୍ଟରଙ୍କ ଚେତା: ଭାଲୁକୁ ଟ୍ରାଙ୍କୁଲାଇଜ୍ ବେଳେ ଘଟିଥିଲା ଅଘଟଣ

ଢେଙ୍କାନାଳ: ୧୦ ଘଣ୍ଟା ପରେ ଫେରିଲା ଟ୍ରାଙ୍କୁଲାଇଜ୍ ଇଞ୍ଜେକସନ ବାଜିଥିବା ଫରେଷ୍ଟରଙ୍କ ଚେତା। ଢେଙ୍କାନାଳ କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାକୁ ଯାଇ ଫରେଷ୍ଟର ଦୀପକ ସାହୁ ଗୁରୁତର ହୋଇଥିଲେ। ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାକୁ ଥିବା ଇଞ୍ଜେକସନ୍ ଫରେଷ୍ଟରଙ୍କ ଦେହରେ ବାଜିଥିଲା। ଏବେ ଚେତା ଫେରିଆସିବା ସହ ସେ ସୁସ୍ଥ ଥିବା ମଧ୍ୟ ସୂଚନା ମିଳିଛି। ମଙ୍ଗଳବାର ଗୁରୁତର ହେବା ପରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଏତେ ବଡ ଅସାବଧାନତା କିପରି ଘଟିଲା, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.