www.samajalive.in
Monday, December 15, 2025
24.1 C
Bhubaneswar

ମାଈହାତୀ ମୃତ୍ୟ ପରେ ଖୋଜୁଛି ଦନ୍ତା ; ବନ ବିଭାଗ ନାକେଦମ୍

ଗୁଣୁପୁର : ଗୁଣୁପୁର ରେଞ୍ଜ ପଦ୍ମପୁର ସେକ୍ସନରେ ଗତକାଲି ଫୁଲପୁଟି ଠାରେ ଦୁଇ ଟିକିଆ ହାତୀପଲରୁ ଗୋଟିଏ ମାଈହାତୀର ମୃତ୍ୟୁ ଘଟିଥିଲା। ହାତୀ ଦ୍ବୟ ପାଖ କପା ବାଡରେ ଥିବା କୁଡିଆ ଓ ବିଦ୍ୟୁତ୍ ଖୁଣ୍ଟକୁ ଭାଙ୍ଗି ଥିଲେ। ବିଦ୍ୟୁତ ଆଘାତରେ ମାଈହାତୀ ମୃତ୍ୟୁ ହୋଇଥିବା ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ ଜଣାପଡିଥିଲା। ମାଈହାତୀ ମୃତଦେହକୁ ବ୍ୟବଚ୍ଛେଦ କରାଇଛି ବନ ବିଭାଗ। ହାତୀ ମୃତ୍ୟ ପରେ ସାଥିରେ ଥିବା ଦନ୍ତାହାତୀ ପୁଣି ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ନାକେଦମ୍ କରୁଛି। ବନ ବିଭାଗର କର୍ମଚାରୀ ଜଗି ରହୁଛନ୍ତି। ଭୀମପୁର ଆର୍ ଏସ୍ ର ସାମା ଗ୍ରାମ ନିକଟରେ ଏକାକୀ ଦନ୍ତା ହାତୀ ରହିଥିବା ବନ ବିଭାଗ ଜାଣି ପାରିଛି। ହାତୀର ଗତି ବିଧିକୁ ଟ୍ରାକିଂ କରାଯାଉଛି। କ୍ଷତି ଘଟିଥିବା ଜମିର ମାଲିକଙ୍କ ସହ ଯୋଗାଯୋଗ କରି କ୍ଷୟକ୍ଷତି ଆକଳନ କରୁଛି ବନ ବିଭାଗ। ହାତୀ ମୃତ୍ୟୁ ପରଠୁ ପଦ୍ମପୁର ପାଖ ଗ୍ରାମ ମାଲାପଦର ଓ ଝୁମ୍ପାପୁର ଠାରେ ତିନି ଦିନ ବିଦ୍ୟୁତ ସେବା ବନ୍ଦ ରହିଛି। ପାଖ ଗ୍ରାମ ଗୁଡିକରେ ଭୟଭୀତ ରହିଛନ୍ତି ଗ୍ରାମବାସୀ। ଲୋକଙ୍କୁ ସତର୍କ ରହିବା ପାଇଁ ସଚେତନ କରାଇଛି ବନ ବିଭାଗ। ସାଥି ମାଈହାତୀର ମୃତ୍ୟ ପରେ ଦନ୍ତା ହାତୀ ଏକାକି ହୋଇଥିବାରୁ ହାତୀ ଉତ୍ୟକ୍ତ ରହିଥିବା ଅନୁମାନ କରୁଛି ବନବିଭାଗ। ହାତୀର ଗତି ବିଧି ଉପରେ ନଜର ରଖିଛି ।

ଖାଲି ଧନୀ ତାଲିକାରେ ନୁହେଁ ; ଜାଣନ୍ତୁ କେଉଁ ବଲିଉଡ୍‌ କଳାକାର ଦେଇଛନ୍ତି ସର୍ବାଧିକ ଆୟକର?

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories