www.samajalive.in
Saturday, December 6, 2025
26.1 C
Bhubaneswar

ଖାଲି ଧନୀ ତାଲିକାରେ ନୁହେଁ ; ଜାଣନ୍ତୁ କେଉଁ ବଲିଉଡ୍‌ କଳାକାର ଦେଇଛନ୍ତି ସର୍ବାଧିକ ଆୟକର?

ମୁମ୍ବଇ : ପୁଣି ଚର୍ଚ୍ଚାରେ କିଙ୍ଗ୍‌ ଖ୍ୟାନ୍‌ । ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍‌ ସବୁବେଳେ ନିଜ ଫିଲ୍କର ଯାଦୁରେ ପ୍ରଶଂସକ ହୃଦୟକୁ ଜିତି ଥାଆନ୍ତି । ଫର୍ଚୁନ ଇଣ୍ଡିଆର ସେଲିବ୍ରିଟି ଟିକସଦାତା ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ । ସେ ସର୍ବାଧିକ ୯୨ କୋଟି ଟଙ୍କାର ଟିକସ ପ୍ରଦାନ କରିଛନ୍ତି। ଫର୍ଚୁନ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ କଳାକାର ଏବଂ କ୍ରୀଡାବିତମାନେ ଦେଇଥିବା ଟିକସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ଶାହରୁଖଙ୍କ ପରେ ୨ୟ ସ୍ଥାନରେ ଅଛନ୍ତି ସାଉଥ୍‌ ଅଭିନେତା ଥଲପତି ବିଜୟ । ସେ ୮୦ କୋଟି ଟିକସ ପ୍ରଦାନ କରିଛନ୍ତି । ଶାହରୁଖ ଖାନ ଶୀର୍ଷରେ ଥିବା ବେଳେ ସଲମାନ ଖାନ, ଅମିତାଭ ବଚ୍ଚନ, ବିରାଟ କୋହଲି ଶୀର୍ଷ ୫ରେ ରହିଛନ୍ତି ।

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

- Advertisement -

ଶାହାରୁଖ ଖାନ ୨୦୨୩ ରେ ପଠାନ, ଜୱାନ ଏବଂ ଡଙ୍କି ପରି ହିଟ୍ ଫିଲ୍ମ ଦେଇଥିବା ବେଳେ ସେ ବକ୍ସ ଅଫିସରେ ୨୦୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ୨୦୨୪ରେ ୯୨ କୋଟି ଟଙ୍କା ଟ୍ୟାକ୍ସ ଦେବା ପରେ ସେ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇପାରିଛନ୍ତି।

ତିନି ନମ୍ବରରେ ସୁପରଷ୍ଟାର ସଲମାନ ଖାନ ଅଛନ୍ତି, ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ଚତୁର୍ଥ ସ୍ଥାନରେ ସୁପରଷ୍ଟାର ଅମିତାଭ ବଚ୍ଚନ, ଯିଏ ୭୧ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ପଞ୍ଚମ ସ୍ଥାନରେ ବିରାଟ କୋହଲି, ଯିଏ ୨୦୨୪ରେ ୬୬ କୋଟି ଟଙ୍କା ଟିକସ ଦେଇଛନ୍ତି। ଏହା ବ୍ୟତୀତ ମହେନ୍ଦ୍ର ସିଂ ଧୋନି ୩୮ କୋଟି ଟଙ୍କା ଏବଂ ସଚିନ ତେନ୍ଦୁଲକର ୨୮ କୋଟି ଟଙ୍କା ସହିତ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। ଅଜୟ ଦେବଗନ୍ ୪୨ କୋଟି ଟଙ୍କା ଟିକସ ଦେଇଥିବାବେଳେ ରଣବୀର କପୁର ୩୬ କୋଟି ଟ୍ୟାକ୍ସ ଏବଂ ହ୍ରିତିକ ରୋଶନ ୨୮ କୋଟି ଟ୍ୟାକ୍ସ ଦେଇଛନ୍ତି। କପିଲ ଶର୍ମା ୨୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

କରୀନା କପୁର ୨୦ କୋଟି ଟଙ୍କା , ଶାହିଦ କପୁର, ମୋହନଲାଲ ଏବଂ ଅଲ୍ଲୁ ଅର୍ଜୁନ ୧୪ କୋଟି ଲେଖାଏଁ ଟିକସ ଦେଇଛନ୍ତି । କିଆରା ଆଡଭାନୀ ୧୨ କୋଟି ଟଙ୍କା, କ୍ୟାଟ୍ରିନା କୈଫ ଏବଂ ପଙ୍କଜ ତ୍ରିପାଠି ୧୧ କୋଟି ଲେଖାଏଁ ଟିକସ ପ୍ରଦାନ କରିଛନ୍ତି । ଏହାସହ ଅମୀର ଖାନ ୧୦ କୋଟି ଟିକସ ପ୍ରଦାନ କରିଛନ୍ତି ।

ଜାଣନ୍ତୁ ; କାହା ମଳରୁ ତିଆରି ଦୁନିଆର ସବୁଠାରୁ ମହଙ୍ଗା କଫି, ଧନୀଙ୍କ ପ୍ରଥମ ପସନ୍ଦ..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories