Patra electronics

ଜାଣନ୍ତୁ ; କାହା ମଳରୁ ତିଆରି ଦୁନିଆର ସବୁଠାରୁ ମହଙ୍ଗା କଫି, ଧନୀଙ୍କ ପ୍ରଥମ ପସନ୍ଦ..

ନୂଆଦିଲ୍ଲୀ : ସୀମିତ ମାତ୍ରାରେ କଫି ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଦୁନିଆରେ ଅନେକ କଫି ପ୍ରେମୀ ରହିଛନ୍ତି । ବିଦେଶରେ ଲୋକମାନେ ବିଭିନ୍ନ ପ୍ରକାର କଫି ପିଇବାକୁ ପସନ୍ଦ କରନ୍ତି । ଦୁନିଆର ସବୁଠାରୁ ମହଙ୍ଗା କଫି କୁହାଯାଉଥିବା କୋପି ଲୁୱାକ୍‌ ଯାହାକୁ ଧନୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଏ । ଏହାକୁ ଏକ ଖାସ୍‌ ଉପାୟରେ ତିଆରି କରାଯାଏ । ଜାଣନ୍ତୁ ଏହା କେମିତି ତିଆରି ହୁଏ..

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

ଦେଖନ୍ତୁ ଭିଡିଓ; ମହିଳା ଏମିତି ଜାଗାରେ ସଫା କରୁଥିଲେ ଝରକା, ଅଟ୍ଟାଳିକାକୁ ଦେଖି ବୁଲାଇଦେବ ମୁଣ୍ଡ..

କୋପି ଲୁୱାକର ନାମ ‘ଲୁୱାକ’ରୁ ଆସିଛି । ଏହା ଏକ ପ୍ରକାର ସିଭେଟ୍‌ ବିଲେଇ । ଏହି ବିଲେଇ ଇଣ୍ଡୋନେସିଆରେ ଦେଖାଯାଏ । ମାଙ୍କଡଙ୍କ ଲାଞ୍ଜ ଭଳି ଏମାନଙ୍କ ଲାଞ୍ଜ ଖୁବ୍‌ ଲମ୍ବା ହୋଇଥାଏ ।
ଲୁୱାକ କଫି ବିଲେଇର ମଳରୁ ତିଆରି ହୁଏ । ପ୍ରଥମେ ବିଲେଇକୁ କଫିର କଞ୍ଚା ଫଳ ଖାଇବାକୁ ଦିଆଯାଏ । ଏହାପରେ ବିଲେଇ ମଳ ସହ କଫିର ଯେଉଁ ଅଂଶ ବାହାରକୁ ଆସିଥାଏ, ସେଥିରୁ କଫି ପ୍ରସ୍ତୁତ କରାଯାଏ ।
ବିଲେଇ ମଳକୁ ଆଣି ଏହାକୁ ସ୍ୱଚ୍ଛ କରିବା ସହ ସ୍ୱତନ୍ତ୍ର ପଦ୍ଧତିରେ କଫି ପ୍ରସ୍ତୁତ କରାଯାଏ ।
ଏକ କେଜି ଲୁୱାକ କଫିର ଦାମ୍‌ ୫୦ ହଜାର ଟଙ୍କା । ଏହାସହ ପ୍ରସ୍ତୁତ ହୋଇଥିବା ଏକ କପ କଫିର ଦାମ୍‌ ୨-୬ ହଜାର ଟଙ୍କା ।

Comments are closed.