www.samajalive.in
Sunday, December 7, 2025
23.1 C
Bhubaneswar

ଜାଣିଛନ୍ତି କି ? ପ୍ରତି ୧ ଲକ୍ଷ ବୋତଲରେ ଗୋଟିଏ ହଳଦିଆ ଠିପି ଲଗାଏ କୋକାକୋଲା, କ’ଣ ରହିଛି କାରଣ ?

ସମାଜ ଡିଜିଟାଲ ଡେସ୍କ: ମୃଦୁ ପାନୀୟ କୋକାକୋଲା ବୋତଲରେ ହଳଦିଆ ରଙ୍ଗର ଠିପି କେବେ ଦେଖିଛନ୍ତି ? ବୋଧ ହୁଏ ନାଁ। କୋକାକୋଲା ବୋତଲରେ ନାଲି ରଙ୍ଗର ଠିପି ଲାଗିଥିବା ଦେଖିବାକୁ ମିଳିଥାଏ।  ହେଲେ କିଛି ବୋତଲରେ ହଳଦିଆ ଠିପି ବି ଲାଗିଥାଏ। କୁହାଯାଏ କମ୍ପାନୀ ପ୍ରତି ୧ ଲକ୍ଷ ବୋତଲ ମଧ୍ୟରୁ କୌଣସି ଗୋଟିଏ ବୋତଲରେ ହଳଦିଆ ରଙ୍ଗର ଠିପି ଲଗାଇଥାଏ। ଏହାର କାରଣ ହେଉଛି ୟେହୁଦୀ ଧର୍ମ।

ପ୍ରକୃତରେ ୟେହୁଦୀ ଧର୍ମରେ ଏକ ସମୟରେ ଲୋକମାନେ ମକ୍କା, ଗହମ ଆଦି କେତେକ ଶସ୍ୟ ଖାଆନ୍ତି ନାହିଁ। ଏହି ଅବସରକୁ ୟେହୁଦୀ ଧର୍ମର ଲୋକମାନେ ପାସ୍‌ଓଭର କୁହନ୍ତି। ସାଧାରଣ କୋକାକୋଲା କର୍ନ ସିରପ(ମକ୍କା)ରୁ ତିଆରି ହୋଇଥାଏ। ତେଣୁ ୟେହୁଦୀ ଲୋକମାନେ ସେହି ନିର୍ଦ୍ଦିଷ୍ଟ ସମୟରେ କୋକାକୋଲା ପିଅନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି କୋକାକୋଲା ଉକ୍ତ ଲୋକମାନଙ୍କ ଉଦ୍ଦେଶ୍ୟରେ ମକ୍କା(କର୍ନ ସିରପ) ମୁକ୍ତ କୋକାକୋଲା ପ୍ରସ୍ତୁତ କରିଥାଏ ଏବଂ ଏହି ବୋତଲ ଚିହ୍ନଟ ପାଇଁ ତାହା ଉପରେ ହଳଦିଆ ରଙ୍ଗର ଠିପି ଲଗାଇଥାଏ। ଏହାର ଅର୍ଥ ୟେହୁଦୀ ଲୋକମାନେ ଉକ୍ତ ମୃଦୁପାନୀୟକୁ ପାସଓଭର ସମୟରେ ପିଇପାରିବେ। ତେବେ ଏହି ସ୍ଵତନ୍ତ୍ର ମୃଦୁପାନୀୟର ସ୍ବାଦ କିଛି ଅଲଗା ନ ଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories