ବଜାଜ ଆଣିଲା ୧୦୦% ଇଥାନଲରେ ଚାଲୁଥିବା ବାଇକ୍, ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି
ନୂଆଦିଲ୍ଲୀ : ବଜାଜ କମ୍ପାନୀ ବିକଳ୍ପ ଇନ୍ଧନ ଉପରେ ଅନେକ ବର୍ଷ ହେବ କାମ କରିଆସୁଛି । ନିକଟରେ କମ୍ପାନୀ ବିଶ୍ବର ପ୍ରଥମ ସିଏନଜି ବାଇକ୍ ବଜାରକୁ ଆଣିଥିଲା । ଏବେ କମ୍ପାନୀ ଆଉ ଏକ ବାଇକ ନେଇଆସିଛି ଯାହା ୧୦୦ ପ୍ରତିଶତ ଇଥାନଲରେ ଚାଲିବ ।
ଫ୍ରିଡମ ୧୨୫ ପରେ ଏବେ କମ୍ପାନୀ ପଲସର ଏନଏସ୍ ୧୬୦ର ପ୍ରଦର୍ଶନ କରିଛି । ଏହା ୧୦୦ ପ୍ରତିଶତ ଇଥାନଲରେ ଚାଲିବ । ଏହା ପରିବେଶ ଅନୁକୂଳ ହେବା ସହିତ ଖର୍ଚ୍ଚ ମଧ୍ୟ କମାଇବ । ଇଥାନଲ ପେଟ୍ରୋଲର ଏକ ଆଶାଜନକ ବିକଳ୍ପ ହୋଇପାରେ । କମ୍ପାନୀ ଇଥାନଲ ବା ଇଥାନଲର ମିଶ୍ରଣରେ ଚାଲୁଥିବା ଫ୍ଲେକ୍ସ-ଫ୍ୟୁଲ ସକ୍ଷମ ମୋଟରସାଇକେଲର ଏକ ନୂଆ ବିକଳ୍ପ ପ୍ରସ୍ତୁତ କରିନେଇଛି । ୨୦୨୪ ଆଇବିଇଟିରେ ପ୍ରଦର୍ଶିତ ବଜାଜ ପଲସର ଇଥାନଲ ମୋଟରସାଇକେଲ ଇ୧୦୦ ଫ୍ୟୁଲ ଓ ଇଥାନଲର ବିଭିନ୍ନ ମିଶ୍ରଣରେ ଚାଲିବାରେ ସକ୍ଷମ ।
Comments are closed.