www.samajalive.in
Friday, December 12, 2025
14.1 C
Bhubaneswar

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଅଭିଯୋଗ 

ଗୁଣୁପୁର : ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଗୁଡ଼ାରୀ ଥାନା ଅନ୍ତର୍ଗତ ଗାଜିଗୁଡାର ପ୍ରହ୍ଲାଦ ଶବର। ବୟସ ପ୍ରାୟ ୬୦ବର୍ଷ ହେବ ବୋଲି ଜଣାପଡିଛି। ପ୍ରହ୍ଲାଦ ସନ୍ଧ୍ୟା ସମୟରେ ଗାଁ ପାଖକୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ଘର ଲୋକ ଖୋଜାଖୋଜି କରିବା ପରେ ପାଇ ନଥିଲେ। ପରେ ଜମିକୁ ଯାଇ ଖୋଜାଖୋଜି କରିଥିଲେ। ପ୍ରହ୍ଲାଦଙ୍କ ମୃତଦେହ ଜମିରେ ପଡି ରହିଥିଲା। ଗୋଡ ଠାରୁ ଦେହ ପର୍ଯ୍ୟନ୍ତ ପୋଡି ଯାଇଥିବା ଦେଖିବାକୁ ପାଇଥିଲେ। ସନ୍ଧ୍ୟାରେ ହଠାତ୍‌ ବର୍ଷା ଓ ବଜ୍ରାଘାତ ହୋଇଥିବାରୁ ବଜ୍ରାଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଗୁଡାରି ପୁଲିସ ପହଞ୍ଚି ତଦନ୍ତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଗୁଣୁପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛି।

ମାଈହାତୀ ମୃତ୍ୟ ପରେ ଖୋଜୁଛି ଦନ୍ତା ; ବନ ବିଭାଗ ନାକେଦମ୍

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories