www.samajalive.in
Saturday, December 6, 2025
23.1 C
Bhubaneswar

ଲାଞ୍ଜିଆସୈାରା ଅଞ୍ଚଳରୁ ପ୍ରଥମ ଡାକ୍ତର ଛାତ୍ର

ଗୁଣପୁର: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳର ଜଣେ ବଣ୍ଡା ଛାତ୍ର ଡାକ୍ତର ପାଠ ପଢିବା ପାଇଁ ନିଟ୍ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାରା ଓଡିଶାରେ ଚର୍ଚ୍ଚାରେ ରହିଥିବା ବେଳେ ବର୍ତମାନ ପୁଣି ବିରଳ ଜନଜାତି ଲାଞ୍ଜିଆସୈାରା ଅଞ୍ଚଳର ଜଣେ ଛାତ୍ର ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି।

ଦେଖନ୍ତୁ ଭିଡିଓ ; ବଜାରରେ ମିଳୁଛି ବ୍ଲାକ୍‌ କୋବ୍ରା ମୋମୋ..

- Advertisement -

ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଗୁଣୁପୁର ବ୍ଲକ ପୁଟାସିଂ ଅଞ୍ଚଳରେ ଲାଞ୍ଜିଆସୈାରା ଜନଜାତି ପରିବାର ବସବାସ କରନ୍ତି। ଦିନ ଥିଲା ଏହି ଲାଞ୍ଜିଆସୈାରା ଅଞ୍ଚଳରେ ବିକାଶ ପହଞ୍ଚି ପାରୁନଥିଲା। ଯେଉଁଠି ବର୍ତମାନ ସୁଦ୍ଧା ନେଟ୍ ର ସଠିକ୍ ବ୍ୟବସ୍ଥା ନାହିଁ ଆଜି ସେହି ଲାଞ୍ଜିଆସୈାରା ଅଞ୍ଚଳର ଜଣେ ଜନଜାତି ଛାତ୍ର ଡାକ୍ତରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତା ପାଇଛନ୍ତି।

ସେପ୍ଟେମ୍ବର ୨ରେ ଦୁର୍ଲ୍ଲଭ ଯୋଗ ; ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..

ଗୁଣୁପୁର ବ୍ଲକ୍ ପୁଟାସିଂ ଶଗଡା ପଞ୍ଚାୟତ କେରେବା ଗ୍ରାମରେ ରହିଛନ୍ତି ନବସ ଶବର। ତାଙ୍କ ବାପା ଅଜିତ ଶବର, ମାଆ କାଲାମି ଶବର ଜଣେ ଚାଷୀ ପରିବାର। ନବସ ଶବର ଆମ୍ବାବାଡି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ପଞ୍ଚମ ଶ୍ରେଣୀ ପରେ ଜବାହର ନବୋଦୟ ବିଦ୍ୟାଳୟ ଥେରୁବାଲିରେ ପାଠ ପଢିବା ସୁଯୋଗ ପାଇଥିଲେ।  ଯୁକ୍ତ ୨ ପାଠ ପଢିବା ପାଇଁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ପୁଣେ ଜବାହର ନବୋଦୟରେ ଯୁକ୍ତ ୨ ପାଠ ପଢିଥିଲେ। ଅବହେଳିତ ଲାଞ୍ଜିଆସୈାର ଅଞ୍ଚଳକୁ ନେଇ ଡାକ୍ତର ହେବାର ଲକ୍ଷ୍ୟ ରଖିଥିଲେ। ଯୁକ୍ତ ୨ ପରେ ନିଟ୍ ପରୀକ୍ଷା ଦେଇଥିଲେ ନବସ ଶବର। ଅଲ୍ ଇଣ୍ଡିଆ ରାଙ୍କ୍‌ ନଂ ୨୧୪ ୪୦୮ ରହିଥିବା ବେଳେ ଓଡିଶା ରାଙ୍କ୍‌ ୩୮୨୪ ରହିଛି। ଆଦିବାସୀ କୋଟାରୁ ୫୩ ରାଙ୍କ୍‌ ରଖି ବୁର୍ଲା ଭୀମସାର୍‌ ମେଡିକାଲ କଲେଜରେ ଜଏନ କରିଛନ୍ତି। ଏଥିପାଇଁ ପରିବାରର ବାପା ମାଆ ଓ ଦାଦା ଖୁଡିଙ୍କ ବହୁତ ରହିଛି ଅବଦାନ। ବାପା ମାଆଙ୍କ ପରିଶ୍ରମ ଦେଖି ବଡ ଲୋକ ହେବାର ସ୍ବପ୍ନ ଥିଲା। ପ୍ରତ୍ୟେକ ଦିନ ୧୦ ଘଣ୍ଟା ପରିଶ୍ରମ କରି ସଫଳତା ପାଇଛନ୍ତି ବୋଲି ସେ କହିଛନ୍ତି। ଲାଞ୍ଜିଆସୈାର ଅଞ୍ଚଳର ପ୍ରଥମ ଛାତ୍ର ଡାକ୍ତରି ପାଠ ପଢିବା ପାଇଁ ସଫଳତାର ଶୀର୍ଷରେ ପହଞ୍ଚିଥିବାରୁ ଅଞ୍ଚଳରେ ବେଶ୍  ପ୍ରଶଂସା ସାଉଁଟିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories