www.samajalive.in
Monday, December 8, 2025
27.1 C
Bhubaneswar

ମା ଭୈରବୀଙ୍କ ଷୋଳପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା: ଆସୁଛି ପାର୍ବଣ ଋତୁ। ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଷୋଳପୂଜା ପାଇଁ ରବିବାର ପୁରୁଣା କଟକସ୍ଥିତ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଷୋଳପୂଜା ନିତୀ ନିର୍ଘଣ୍ଟ ସମ୍ପର୍କିତ ବିଭିନ୍ନ ଆଲୋଚନା ହୋଇଥିଲା। ଆସନ୍ତା ୨୪ ତାରିଖ (ମଙ୍ଗଳବାର) ମୂଳାଷ୍ଟମୀ ଠାରୁ ଷୋଳପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ୨୪ ତାରିଖ ଖଣ୍ଡାବସା ପର୍ବ ପୂଜାରମ୍ଭ, ଅକ୍ଟୋବର ୨ତାରିଖ ମହାଦୟା ଅମାବାସ୍ୟ, ଖଣ୍ଡାଲେଉଟା ପୂଜା, ଅକ୍ଟୋବର ୧୦ରେ ମହାଷ୍ଟମୀ ପୂଜା,୧୧ ଅକ୍ଟୋବରରେ ନବମୀରେ ମାଙ୍କ ନିକଟରେ ନବାର୍ଣ୍ଣ ଲାଗି କରାଯିବ।  ସେହିପରି ଅକ୍ଟୋବର ୧୨ତାରିଖରେ ଦଶହରା ପୂଜା ସହିତ ୧୬ ତାରିଖରେ କୁମାର ପୂର୍ଣ୍ଣିମା ସହିତ ପତ୍ରି ବିସର୍ଜ୍ଜନ ଅନୁଷ୍ଠିତ ହେବା ନେଇ ନୀତି ନିର୍ଘଣ୍ଟ କରାଯାଇଛି । ବୈଠକରେ ସଭାପତିଙ୍କ ସହ ସମ୍ପାଦକ ସୁକାନ୍ତ କୁମାର ଦାସ ,କୋଷାଧ୍ୟକ୍ଷ ସରୋଜ ପ୍ରଧାନ , ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ସାହୁ,ଉପଦେଷ୍ଟା ସଲିଳ ଭୋକ୍ତା, ଷ୍ଟିପେନ ପ୍ରଧାନଙ୍କ ସମେତ ଅଂଚଳର ୧୬ ଖଣ୍ଡ ମୌଜାର ସେବକ ପ୍ରତିନିଧିଗଣ ଯୋଗଦାନ କରିଥିଲେ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories