www.samajalive.in
Saturday, December 6, 2025
26.1 C
Bhubaneswar

ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ବଲାଙ୍ଗୀର: ଦନ୍ତା ଆକ୍ରମଣରେ ଦମ୍ପତି ମୃତ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଚାବିରୀପାଳି ଗାଁରେ ଅଭାବନୀୟ ଘଟଣା ଘଟିଛି।  ହାତୀ ଆକ୍ରମଣରେ ସ୍ଵାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକ ନଲାମ୍ବର ବରିହା ଏବଂ ସ୍ତ୍ରୀ ଯଶୋବନ୍ତୀ ବରିହା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରବିବାର ରାତିରେ ନଲାମ୍ବର ତାଙ୍କର ପତ୍ନୀ ଯଶୋବନ୍ତୀ ଏବଂ ତାଙ୍କ ପୁଅ , ବୋହୂ କ୍ଷେତ ଜଗିଥିଲେ । ଆଜି ଭୋର ସମୟରେ କିଛି ଶଦ୍ଦ ଶୁଣି ଯଶୋବନ୍ତୀ ବାହାରକୁ ଆସିଥିଲେ। ସେତେବେଳେ ଏକ ଦନ୍ତା ହାତୀ ଯଶୋବନ୍ତୀଙ୍କୁ ଆକ୍ରମଣ କରିଥିଲା। ପତ୍ନୀଙ୍କ ଚିତ୍କାର ଶୁଣି ନଲାମ୍ବର ସଙ୍ଗେସଙ୍ଗେ ବାହାରକୁ ଯିବାରୁ ହାତୀ ତାଙ୍କୁ ବି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା। କୌଣସି ମତେ ପୁଅ, ବୋହୂ ଘଟଣାସ୍ଥଳରୁ ଖସି ପଳାଇ ଆସିଥିଲେ। ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ସହ ଅଧିକ ତଦନ୍ତ ଜାରି ରହିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories