www.samajalive.in
Monday, December 15, 2025
24.1 C
Bhubaneswar

ଫୁଟବଲ ଲିଗ୍ ମ୍ୟାଚରେ ଇଭନିଂ କ୍ଲବ୍ ଚମ୍ପିୟାନ

ଭବାନୀପାଟଣା: ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମରେ ଚାଲିଥିବା ପଞ୍ଚମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ମ୍ୟାଚରେ ଇଭିନିଙ୍ଗ କ୍ଲବ୍ ଚମ୍ପିୟାନ ହୋଇଛି। ଇଭନିଂ କ୍ଲବ୍ ଏବଂ କ୍ରୀଡା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କୌଣସି ଦଳ ଗୋଲ ଦେଇ ପାରିନଥିଲେ। ତେବେ ସମୁଦାୟ ମ୍ୟାଚରେ ଇଭନିଂ କ୍ଲବ୍ ୪ ପଏଣ୍ଟ ଏବଂ କ୍ରୀଡା ଛାତ୍ରାବାସ ୨ ପଏଣ୍ଟ ପାଇଁ ଚମ୍ପିୟାନ ଏବଂ ରନର୍ସ୍ ଅପ୍ ହେଇଥିଲେ। ଇଭିନିଙ୍ଗ କ୍ଲବର ପପୁ ମାଝୀ ଶ୍ରେଷ୍ଠ ଖେଳାଳି ବିବେଚିତ ହେଇଥିଲେ। ଫାଇନାଲ ମ୍ୟାଚରେ ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳ ଏବଂ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ଅଲିମ୍ପିକ୍ ସଭାପତି ଜଗ ମୋହନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ସଂସ୍ଥା କାର୍ଯ୍ୟକାରୀ ସଭାପତି ସୁନିଲ କୁମାର ବେହେରା, ଅର୍ଜୁନ ପଟ୍ଟନାୟକ, ଭିକାରୀ ଚରଣ ମିଶ୍ର, ରାମକୁମାର ଜୈନ, ବିପିନ ମିଶ୍ର, ସନ୍ଥ ସିଂ, ଶମ୍ଭୁ ରାଉତ ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗଦେଇ ଖେଳାଳି ମାନଂକୁ ଉତ୍ସାହିତ କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories