www.samajalive.in
Monday, December 8, 2025
16.1 C
Bhubaneswar

ଅଟୋ-କାର ମୁହାଁମୁହିଁ ଧକ୍କା – ଜଣେ ମୃତ, ଦୁଇ ଗୁରୁତର

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟୁଣୀ-ନରସିଂହପୁର ୬୫ ନଂ ରାଜ୍ୟ ରାଜପଥର ଦର୍ଶନପୁର ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ଅଟୋ ସହିତ କାରର ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ଅଟୋ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ଦୁଇଜଣ ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସଠିଲୋ ଗ୍ରାମର ଶତୃଘ୍ନ ପରିଡା(୬୦) ନିଜ ଝିଆରୀ ଲିପି ବେହେରା (୨୨) ଓ ନାତୁଣୀ ବିଦୁସ୍ମିତା (୩)ଙ୍କୁ ଶାଶୁଘର ବାଙ୍କୀ ବ୍ଲକର ସହଙ୍ଗା-ଗୋପାଳପୁରରେ ଛାଡିବାକୁ ଏକ ଅଟୋରେ ଯାଉଥିଲେ। ଦର୍ଶନପୁର ନିକଟ ବୁଲାଣି ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇବାରୁ ତିଗିରିଆ ପଟରୁ ଆସୁଥିବା ଏକ କାର ସହିତ ଧକ୍କା ହୋଇଯାଇଥିଲା। ଏଥିରେ ଅଟୋରେ ଥିବା ଆହତମାନଙ୍କୁ ରୋଗୀବୁହା ଯାନରେ ଆଠଗଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଗୁରୁତର ଆହତ ଥିବା ଶତୃଘ୍ନ, ଲିପି ଓ ଅଟୋ ଚାଳକ ପର୍ଶୁରାମ ପଗଡ(୫୦)ଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶତୃଘ୍ନ ପରିଡାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories