www.samajalive.in
Sunday, December 7, 2025
18.1 C
Bhubaneswar

କାଶ୍ମୀରରେ ହତ୍ୟାକୁ ବିରୋଧ, ଆଇଏସ୍‍ ଟପ୍ପର ଶାହ ଫୈଜଲ ଦେଲେ ଇସ୍ତଫା

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସଭା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ୍‍ ସର୍ଭିସ ପରୀକ୍ଷା ୨୦୧୦ର ଟପ୍ପର ତଥା ଜାମ୍ମୁ କାଶ୍ମୀର ଆଇଏଏସ୍‍ ଅଧିକାରୀ ଶାହ ଫୈଜଲ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାଶ୍ମୀରରେ କଥିତ ହତ୍ୟାକାଣ୍ଡ ଏହାର ସାମାଧାନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଫୈଜଲ ନିଜ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। କୁହାଯାଉଛି ସେ ଆଗାମୀ ଲୋକସଭା ନିର୍ବାଚନରେ ବାରମୂଲାରୁ ପ୍ରାର୍ଥୀ ହେବେ। ୩୫ ବର୍ଷିୟ ଫୈଜଲ ନିଜ ନିଷ୍ପତ୍ତି ନେଇ ଫେସ୍‍ବୁକ୍‍ରେ ଏକ ପୋଷ୍ଟ କରିଥିଲେ। ସେ ସେଥିରେ ଲେଖିଛନ୍ତି ଯେ ଜାମ୍ମୁ କାଶ୍ମୀର ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ଉପରେ କପଟତାପୂର୍ଣ୍ଣ ଆକ୍ରମଣ ତଥା ଭାରତରେ ଅତିରାଷ୍ଟ୍ରବାଦ ନାମରେ ଅସହିଷ୍ଣୁତା ଏବଂ ଘୃଣାକୁ ବିରୋଧ କରି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୋଦୀ ସରକାରଙ୍କ ନାମ ନନେଇ ଫୈଜଲ ଲେଖିଛନ୍ତି ଯେ ଦେଶର ଆରବିଆଇ, ସିବିଆଇ ଏବଂ ଏନ୍‍ଆଇଏ ଭଳି ସରକାରୀ ସଂସ୍ଥାଗୁଡ଼ିକୁ ନଷ୍ଟ କରାଯାଉଛି। ଏହାଦ୍ୱାରା ଦେଶର ସମ୍ବିଧାନ ଢାଞ୍ଚା ଦୋହଲିଯିବ ଓ ଏହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ।
ଅପରପକ୍ଷରେ ଫୈଜଲଙ୍କ ଇସ୍ତଫା ଏବଂ ଟିପ୍ପଣୀକୁ ରାଜନୈତିକ ପ୍ରଣୋଦିତ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଥିବାରୁ ଏବେଠାରୁ ସେ ରାଜନୀତି କରୁଛନ୍ତି ବୋଲି କୁହାଯାଉଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories